ରବିବାର ରାଶିଫଳ(୨୯/୧୧/୨୦୨୦)

ମେଷ: କଳେ, ବଳେ, କୌଶଳେ କାର୍ଯ୍ୟ ହାସଲ କରିବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଯୁଦ୍ଧକ୍ଷେତ୍ରରେ ବୀରତ୍ୱ ପ୍ରଦର୍ଶନ କରିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ୱୀ ହେବେ।
ବୃଷ: ସମ୍ମାନିତ ହେବେ। ଥଣ୍ଡାଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ସାହସୀ ହେବେ। ଜ୍ଞାନୀ ହୋଇପାରନ୍ତି। ଗୁପ୍ତ ବିଦ୍ୟାରେ ରୁଚି ରହିବ।
ମିଥୁନ: ବୁଝି, ବିଚାରି କାର୍ଯ୍ୟ କରିବାକୁ ପଡ଼ିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି।
କର୍କଟ: ଆୟ ଉତ୍ତମ ଧରଣର ହୋଇପାରେ। ବଂଶ ମର୍ଯ୍ୟାଦା ରକ୍ଷା କରିବା ପାଇଁ ଉପଯୁକ୍ତ ଦାୟାଦ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟୀ ହେବେ। ଯଶସ୍ୱୀ ହେବେ। ବ୍ୟବସାୟ ଲାଭଯୁକ୍ତ ହେବେ।
ସିଂହ: ଯୋଗାଯୋଗ ଫଳ ଦାୟକ ହେବ। କର୍ମଚଞ୍ଚଳ ରହିବେ। ଭାଗ୍ୟଶାଳୀ ହେବେ। ଭୋଗ ବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ବିଦ୍ୱାନ ଓ ସାହସୀ ହେବେ। ଦାମ୍ପତ୍ୟ ସୁଖ ମିଳିବ।
କନ୍ୟା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସେବା ପୂଜା ପ୍ରତି ଧ୍ୟାନ ଦେବେ। ପ୍ରତିହିଂସା ପରାୟଣ ହେବେ। ଧନ ଓ ଯାନବାହାନଯୁକ୍ତ ହୋଇପାରନ୍ତି। ମଧୁରଭାଷୀ ହେବେ। ପୁତ୍ର ବା ମିତ୍ର ଲାଭର ସୂଚନା ମିଳୁଛି। ସ୍ୱାଭିମାନୀ ହେବେ।
ତୁଳା: କର୍ମାନୁସାରେ ଫଳପ୍ରାପ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜସେବା ପ୍ରତି ମନ ବଳାଇ ପାରନ୍ତି। ବନ୍ଧୁ ସହାୟତା ପାଇ ଆଶ୍ୱସ୍ତ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀ ଆପଣଙ୍କୁ ପତନରୁ ରକ୍ଷା କରିବେ।
ବିଛା: ବନ୍ଧୁ ସହଯୋଗ ପାଇ ଅସାଧ୍ୟ ସାଧନ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ।
ଧନୁ: ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି; ସଫଳତା ମିଳିବ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ଲାଭ ହେବ।
ମକର: ଯାତ୍ରା ଯୋଗ ଅଛି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ସୁଖଭୋଗ କରିବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମରେ ତତ୍ପର ହୋଇପାରନ୍ତି।
କୁମ୍ଭ: ଯୋଗାଯୋଗ ସୁଫଳଦାୟକ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ମେଳାପୀ ପ୍ରକୃତିର ହେବେ। ପ୍ରେମୀ ଓ ସାହସୀ ହେବେ। ସାନ ଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ।
ମୀନ: ପରିଶ୍ରମର ମୂଲ୍ୟ ମିଳିବ। ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସହନଶୀଳ ଓ ଶାନ୍ତିପ୍ରିୟ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରଙ୍କ ସହାୟତା ମିଳିବ।

Comments are closed.