ରବିବାର ରାଶିଫଳ – ୨୧ ଫେବୃଆରୀ ୨୦୨୧

ମେଷ: ତ୍ୟାଗପୁତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ନୀତିନିଷ୍ଠ ଭାବେ ଜନାଦୃତ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। କୀର୍ତ୍ତିଶାଳୀ ହୋଇପାରନ୍ତି। ସହିଷ୍ଣୁ ଓ ହୃଷ୍ଟଚିତ୍ତଯୁକ୍ତ ହେବେ।
ବୃଷ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଧନବାନ୍‌ ହେବେ। ଅପାର ଗୁଣର ଆଧାର ହୋଇପାରନ୍ତି। ଉପାର୍ଜନ ବୃଦ୍ଧି ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ବାଞ୍ଛିତ କାର୍ଯ୍ୟ କରିବାରେ ସକ୍ଷମ ହେବେ। ସୁଖୀ ହେବେ।
ମିଥୁନ: ଗୁଣ ଓ ମିତ୍ରହୀନ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଅଧିକାଂଶ ସମୟରେ ଶତ୍ରୁଯୁକ୍ତ ଓ କ୍ରୋଧଯୁକ୍ତ ହୋଇପାରନ୍ତି। ଧର୍ମ କାର୍ଯ୍ୟରେ ଧନବ୍ୟୟ କରିପାରନ୍ତି। ମଧୁରଭାଷୀ ହେବେ।
କର୍କଟ: ଆୟ ବୃଦ୍ଧିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। କୀର୍ତ୍ତିସ୍ତମ୍ଭ ସ୍ଥାପନ କରିବାରେ ସିଦ୍ଧହସ୍ତ ହେବେ। ଭୋଗ ବିଳାସ କରିପାରନ୍ତି। ଗୁଣଜ୍ଞ ହେବେ।
ସିଂହ: ସରକାରୀ ଧନପ୍ରାପ୍ତ ହେବେ। ଗୃହ ପରିବେଶ ବାସଉପଯୋଗୀ ହେବ। ବହୁବିଧ ଧନର ଅଧିକାରୀ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ଗୁଣ ସାଗର ହୋଇପାରନ୍ତି। ସ୍ବତ୍ବାଧିକାରୀ ହେବେ। ଦୟାର ଅବତାର ହେବେ।
କନ୍ୟା: ଧନବାନ୍‌ ହେବେ। ମହିଳାମାନଙ୍କ ଉପକାରୀ ହୋଇପାରନ୍ତି। ଭାଗ୍ୟଶାଳୀ ହୋଇପାରନ୍ତି। ଶତ୍ରୁ ଉପଦ୍ରବ ଦମନ କରିବାରେ ସିଦ୍ଧହସ୍ତ ହେବେ। ଉତ୍ତମ ମିତ୍ର କିମ୍ବା ପୁତ୍ର ସୁଖ ମିଳିପାରେ। ଯେଉଁ କାର୍ଯ୍ୟରେ ହାତ ଦେଲେ କୃତକାର୍ଯ୍ୟ ହେବେ।
ତୁଳା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଧନାଗମରେ ବାଧା ପ୍ରାପ୍ତ ହେବ। ସରକାରୀ କୋପଦୃଷ୍ଟିର ସମ୍ମୁଖୀନ ହୋଇପାରନ୍ତି। ଲୌହ, ପ୍ରସ୍ତରାଦି କ୍ଷୁଦ୍ର ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ବିଛା: ସୁବର୍ଣ୍ଣାଦି ମୂଲ୍ୟବାନ୍‌ ଧାତୁଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଅବିବାହିତଙ୍କର ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ। ବନ୍ଧୁ ମିଳନ ଘଟିପାରେ। ନୂଆ ଓ ପୁରୁଣା ବନ୍ଧୁ ଉଭୟଙ୍କ ଦ୍ବାରା ଉପକୃତ ହେବେ। ବାଣିଜ୍ୟ କାରବାର ଭଲରେ ଚାଲିବ।
ଧନୁ: ଶତ୍ରୁ ଆପଣାଛାଏଁ ଶତ୍ରୁତାରୁ ଓହରି ଯାଇପାରନ୍ତି। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ଧନଶାଳୀ ହୋଇପାରନ୍ତି। ପର ଧନରେ ଧନୀ ହୋଇପାରନ୍ତି। ଯୁବତୀଙ୍କର ମନୋରଞ୍ଜନକାରୀ ହେବେ। କର୍ମବୀର ଭାବେ ସୁନାମ ଅର୍ଜନ କରିବେ।
ମକର: ସନ୍ତାନ ସନ୍ତତିଙ୍କ ଦ୍ବାରା ଉପକୃତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶାସ୍ତ୍ରପଟୁ ଓ ପୁଣ୍ୟଦେହୀ ହେବେ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ଧର୍ମପ୍ରିୟ ହେବେ। ଶାନ୍ତ, ନିପୁଣ ଓ ମେଧାବୀ ହେବେ।
କୁମ୍ଭ: ଆୟ ଅପେକ୍ଷା ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି। ବିଳାସୀ ହୋଇପାରନ୍ତି। ଅସାଧ୍ୟ ସାଧନ କରିବାରେ ସିଦ୍ଧହସ୍ତ ହେବେ। ନୀତିନିଷ୍ଠ ହୋଇପାରନ୍ତି।
ମୀନ: ବିତ୍ତବାନ୍‌ ହେବେ। ନୃତ୍ୟ, ସଙ୍ଗୀତପ୍ରିୟ ହୋଇପାରନ୍ତି। ଭୋଗାସକ୍ତ ଓ ଧନ ଲାଭକାରୀ ହେବେ। ବିନୀତ ଓ ନିତ୍ୟାନନ୍ଦଯୁକ୍ତ ହେବେ। ଗୁଣବାନ୍‌ ହେବେ। ବହୁ ବିଦ୍ୟା ପାରଙ୍ଗମ ହେବେ। ସରକାରୀ ସ୍ତରରୁ ଧନ ମିଳିପାରେ।

Comments are closed.