ରବିବାର ରାଶିଫଳ ୨୨ ନଭେମ୍ବର ୨୦୨୦

ମେଷ: ଆପଣ କେଉଁ କାର୍ଯ୍ୟ କରିବେ; ତାହା ବିଚରାଧୀନ ଅଛି। ଧନ ଲାଭର ସୂଚନା ମିଳୁଛି। ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି। କଳ୍ପନା ବିଳାସୀ ହେବେ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ସରକାରୀ ଅର୍ଥ ମିଳି ପାରେ।
ବୃଷ: ସୁଖ ସମ୍ମାନ ଲାଭ କରିପାରନ୍ତି। ମନସ୍କାମନା ପୂରଣ ହୋଇପାରେ। ବିବାଦରେ ବିଜୟୀ ହେବେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ମୂଲ୍ୟବାନ୍‍ ଧାତୁଦ୍ରବ୍ୟ ପ୍ରାପ୍ତ ହେବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଗୁଣଜ୍ଞ ହେବେ।
ମିଥୁନ: ନିର୍ଭରଶୀଳ ନ ହୋଇ ସ୍ୱଇଚ୍ଛାରେ କାର୍ଯ୍ୟ କରିପାରନ୍ତି। ପରୋପକାରୀ ହେବେ। ନିଜର ଶ୍ରେଷ୍ଠତା ପ୍ରତିପାଦନ କରିପାରନ୍ତି। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।
କର୍କଟ: ଯାତ୍ରା ଶୁଭଦାୟକ ହେବ। ସାମାନ୍ୟ ଶାରୀରିକ କ୍ଳେଶ ଭୋଗ କରିପାରନ୍ତି। ରାହୁଙ୍କ ଏକାଦଶ ଭାବ ଯୋଗୁଁ ବ୍ୟବସାୟ ଲାଭଜନକ ହେବ। ସରକାରୀ ମାନ୍ୟତା ମିଳିବ। ଅଷ୍ଟମଚନ୍ଦ୍ର ଭୋଗ ଯୋଗୁଁ ସତର୍କରେ ଚଳିବେ।
ସିଂହ: ବିବାଦରେ ସୁବିଦ୍ୟା ଲାଭର ସୂଚନା ମିଳୁଛି। ସୁଖ ସନ୍ତୋଷ ଲାଭ କରିପାରନ୍ତି। ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି। ପତ୍ନୀଙ୍କ ଠାରୁ ଯଥାର୍ଥ ସହାୟତା ପାଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସର୍ବାଙ୍ଗୀନ ଉନ୍ନତି ହେବ।
କନ୍ୟା: ମନରେ ଅହଂଭାବ ପୋଷଣ କରିପାରନ୍ତି। ସୁଖ ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆର୍ଥିକ ଅଭିବୃଦ୍ଧି। ଘଟିବ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। କରଜ ଶୁଝିବେ।
ତୁଳା: ପାରିବାରିକ ବୁଝାମଣା ଉତ୍ତମ ହେବ। ସମୃଦ୍ଧିର ଅୟମାରମ୍ଭ ହେବ। ସନ୍ତାନ ଲାଭର ସୂଚନା ମିଳୁଛି। ବୁଦ୍ଧିମାନ୍‍ ହେବେ। ଧନ ସହିତ ସରକାରୀ ମାନ୍ୟତା ମିଳିବ। ପୁତ୍ର ସୁଖ ମିଳିପାରେ। ପରୋପକାରୀ ହେବେ। ସୁଖଭୋଗ କରିବେ।
ବିଛା: କୃଷି କ୍ଷେତ ଲାଭଦାୟକ ହେବ। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ସୁମିଷ୍ଟ ଭୋଜନରେ ଆପ୍ୟାୟିତ ହେବେ। କାର୍ଯ୍ୟକ୍ଷେତ୍ରରେ ସ୍ଥିରତା ଆସିବ। କୁଳ ପ୍ରଧାନ ହେବେ। ଧନାନ୍ୱିତ ହେବେ।
ଧନୁ: ଅଧିକ ଶ୍ରମ ସ୍ୱୀକାର କରିବାକୁ ହେବ। ଅର୍ଥ ସଞ୍ଚୟ କରିପାରନ୍ତି। ବୁଦ୍ଧି ଚାଳନା କରି କାର୍ଯ୍ୟକ୍ଷେତ୍ରରେ ଆଗୁସାର ହେବେ। ଭ୍ରମଣ ସୁଖ ମିଳିପାରେ। ସକଳ ଗୁଣର ଆଧାର ହେବେ। ସୁଖ ଭୋଗ କରିବେ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ।
ମକର: ଆଶାବାଦୀ ହେବେ। ଧନାଗମର ସୂଚନା ମିଳୁଛି। ଗୁରୁକୃପା ଲାଭ କରିପାରନ୍ତି। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହୋଇପାରେ। ନୃତ୍ୟ ସଙ୍ଗୀତପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ୱୀ ହେବେ।
କୁମ୍ଭ: ସଙ୍ଗୀତରେ ଆନନ୍ଦ ଅନୁଭବ କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଧନବାନ୍‍ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନ ଊଣା ହେବ ନାହିଁ। ସୁସ୍ଥ ଓ ନିରାମୟ ରହିବେ। ମାନ ସମ୍ମାନ ମିଳିବ।
ମୀନ: ପାରିବାରିକ ସମସ୍ୟାରେ ବ୍ୟସ୍ତ ରହିବେ। ଦେବ, ବାହ୍ମଣ ଭକ୍ତ ହୋଇପାରନ୍ତି। ପତ୍ନୀଙ୍କ ଉପଦେଶକୁ ପ୍ରାଧାନ୍ୟ ଦେବେ। କରିତକର୍ମା ହେବେ। ଧର୍ମାଶକ୍ତ ହେବେ। ମତିମାନ୍‍ ହୋଇପାରନ୍ତି। ପୁତ୍ର, ମିତ୍ର ହେତୁ ସୁଖ ଭୋଗ କରିବେ। ଖର୍ଚ୍ଚାନ୍ତ ହେବେ।

Comments are closed.