ରବିବାର ରାଶିଫଳ – ୧୫ ନଭେମ୍ବର ୨୦୨୦

ମେଷ: ଗୁରୁତ୍ୱପୂର୍ଣ୍ଣ ସଂଗଠନରେ ଯୋଗଦେବା ପାଇଁ ପ୍ରସ୍ତାବ ପାଇପାରନ୍ତି। ନିଜ କାର୍ଯ୍ୟ ବିଷୟରେ ମଧ୍ୟ ସଚେତନ ରୁହନ୍ତୁ। ନିଜ ପରିଶ୍ରମର ସଠିକ୍ ଫଳାଫଳ ପାଇବେ। କାହାକୁ ଅଧିକ ସନ୍ଦେହ କରିବା କ୍ଷତିକାରକ ହୋଇପାରେ। ଘର କଥା ବାହାରେ ପ୍ରକାଶ କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ଭଲ ରହିବ।
ବୃଷ: ଦିନର ଅଧିକାଂଶ ସମୟ ସମ୍ପର୍କୀୟମାନଙ୍କ ସହିତ କଟିବ ଏବଂ ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ଦୀର୍ଘ ସମୟ ପରେ ଆପଣଙ୍କ ପ୍ରିୟଜନଙ୍କୁ ଭେଟି ପାରନ୍ତି। ବ୍ୟବସାୟରେ ଲାଭାନ୍ବିତ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ।
ମିଥୁନ: ଯଦି ଆପଣ କୌଣସି ସ୍ଥାନରେ ବିନିଯୋଗ କରିବାକୁ ଯୋଜନା କରୁଛନ୍ତି, ଆଜି ଏକ ଭଲ ଦିନ। ନକାରାତ୍ମକ ପ୍ରବୃତ୍ତିର ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। ପରିଶ୍ରମ ଅନୁଯାୟୀ ଫଳ ନ ମିଳି ପାରେ। କାଶ, ଥଣ୍ଡା ଏବଂ ଜ୍ୱର ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ।
କର୍କଟ: ବନ୍ଦ ରହିଥିବା କାର୍ଯ୍ୟଗୁଡିକ ସଂପୂର୍ଣ୍ଣ ହୋଇପାରେ। ଆଜି ଆୟ ସାମାନ୍ୟ କମ ରହିବ। ନୂତନ ବ୍ୟବସାୟିକ ସମ୍ପର୍କ ଗଠନ ହେବ। ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବା ସମ୍ଭାବନା ରହିଛି।
ସିଂହ: ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ଖର୍ଚ୍ଚ ଅଧିକ ହୋଇପାରେ। ପିଲାମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। କାର୍ଯ୍ୟ କ୍ଷେତ୍ରରେ ନିଷ୍ପତ୍ତି ନେବା କଷ୍ଟକର ହେବ। ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ।
କନ୍ୟା: ଆଜି ଦିନଟି ଭଲରେ କଟିବ। ଅନ୍ୟମାନଙ୍କ ଭାବନାକୁ ବୁଝାନ୍ତୁ ଏବଂ ସମ୍ମାନ କରନ୍ତୁ। ଆର୍ଥିକ ଦୃଷ୍ଟିରୁ ବ୍ୟବସାୟିକ କାର୍ଯ୍ୟକଳାପ ଭଲ ହେବ। ପିଲାମାନଙ୍କର ସହଯୋଗୀ ମନୋଭାବ ଘରର ପରିବେଶକୁ ଉପଯୁକ୍ତ ରଖିବ। ଅତ୍ୟଧିକ କାର୍ଯ୍ୟ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ।
ତୁଳା: ରାନୈତିକ ଏବଂ ସାମାଜିକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟି ପାରନ୍ତି। ସତର୍କ ରୁହନ୍ତୁ ନଚେତ ପ୍ରତାରଣାର ଶିକାର ହୋଇପାରନ୍ତି। ଅନାବଶ୍ୟକ ଖର୍ଚ୍ଚଠାରୁ ଦୁରେଇ ରହିବ ଆବଶ୍ୟକ। ବିବାହିତ ଜୀବନ ସୁଖଦ ହେବ। ନକାରାତ୍ମକ ଚିନ୍ତାଧାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।
ବିଛା: ଗ୍ରହ ସ୍ଥିତି ଆପଣଙ୍କ ସପକ୍ଷରେ ଅଛି, ତେଣୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକ କରନ୍ତୁ। ସନ୍ଦେହଜନକ ପ୍ରକୃତି ସମସ୍ୟା ସୃଷ୍ଟି କରିପାରେ। ବ୍ୟବସାୟ କାର୍ଯ୍ୟକଳାପ ଭଲ ହେବ। ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ।
ଧନୁ: ଆର୍ଥିକ ପରିସ୍ଥିତି ଭଲ ରହିବ। ଆତ୍ମବିଶ୍ୱାସ ଏବଂ ମନୋବଳ ବୃଦ୍ଧି ହେବ। ରାଜନୈତିକ କ୍ଷେତ୍ର ସହିତ ଜଡିତ ବ୍ୟକ୍ତିଙ୍କଠାରୁ ଲାଭବାନ ହୋଇପାରନ୍ତି। ଘର ସମସ୍ୟାକୁ ନେଇ ବିଚଳିତ ହୋଇପାରନ୍ତି। ଉଦରଜନିତ ସମସ୍ୟା ଦେଖାଦେଇପାରେ।
ମକର: ସମୟ ଅନୁକୂଳ ରହିବ। ଯୁବକମାନେ ନିଜ କ୍ୟାରିଅର୍ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ରହିବେ। ବ୍ୟବସାୟ ନିମନ୍ତେ ଦିନଟି ଭଲ ନୁହେଁ। ନିଜେ ସମସ୍ୟାର ସମାଧାନ କରନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। ଆଧ୍ୟାତ୍ମିକତାରେ ମଧ୍ୟ କିଛି ସମୟ ବିତାନ୍ତୁ।
କୁମ୍ଭ: ଆଧ୍ୟାତ୍ମିକ ଓ ମାନସିକ ଶାନ୍ତି ପାଇବେ। ଆଜି ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ଥଗିତ ରଖନ୍ତୁ। ଖର୍ଚ୍ଚାନ୍ତ ହୋଇପାରନ୍ତି। ପାରିବାରିକ ପରିବେଶ ସୁଖଦ ଏବଂ ଶୃଙ୍ଖଳିତ ରହିବ। ସକରାତ୍ମକ ଚିନ୍ତାଧାରା ଆପଣଙ୍କୁ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ରଖିବ।
ମୀନ: ଆଜି ଦିନଟି ମିଶ୍ରିତ ଫଳ ଦେବ। ଧାର୍ମିକ କାର୍ଯ୍ୟ ସହ ଜଡିତ ରୁହନ୍ତୁ। ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ଠିକ ଅଛି। କାର୍ଯ୍ୟରେ ସଫଳତା ପାଇବେ। ସ୍ୱାସ୍ଥ୍ୟ ସମ୍ପର୍କିତ ଭଲ ଖବର ପାଇବେ।

Comments are closed.