ରବିବାର ରାଶିଫଳ(୪ ଅକ୍ଟୋବର ୨୦୨୦)

ମେଷ: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତ ହେବ। ନୂଆ ବନ୍ଧୁ ଜୁଟିବେ। ଘାତଚନ୍ଦ୍ର ଯୋଗୁଁ ସତର୍କ ହେବେ।
ବୃଷ: କର୍ମକ୍ଷେତ୍ରରେ ବାଧା ବିଘ୍ନର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ବିନୀତ ସ୍ୱଭାବର ହେବେ। କାବ୍ୟ ରଚନାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ମନ୍ତ୍ରଣା ଦାତା ହେବେ।
ମିଥୁନ: ମନ ପ୍ରଫୁଲ୍ଲ ରହିବ। ଶୁଭ ଖବର ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ସରକାରୀ କୃପା ମିଳିବ।
କର୍କଟ: ସୁଖୀ ହେବେ। ସମ୍ମାନିତ ହେବେ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ।
ସିଂହ: ପରୋପକାରୀ ହେବେ। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାତକୁ ଆସି ପାରେ। ତା’ର ସଦ୍‍ବ୍ୟବହାର କରିପାରନ୍ତି। ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କନ୍ୟା: ସନ୍ମାର୍ଗୀ ହେବେ। ଶତ୍ରୁନାଶ କରି ଧନ ଭୋଗ କରିପାରନ୍ତି। ଐଶ୍ୱର୍ଯ୍ୟଯୁକ୍ତ ହେବେ। ତେଜୀୟାନ୍‍ ହୋଇପାରନ୍ତି। କିଛିଟା ଶାରୀରିକ କ୍ଳେଶ ଉପୁଜି ପାରେ। ଯାନବାହନରେ ସତର୍କତା ଲୋଡ଼ା। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ହେବେ।
ତୁଳା: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁଖକର ଘଟଣାମାନ ଘଟିପାରେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଆନନ୍ଦ ଉପଭୋଗ କରିବେ।
ବିଛା: କାର୍ଯ୍ୟରେ ବାଧା ଦେବାକୁ ଉଦ୍ୟମ ଚଳାଇ ଥିବା ବ୍ୟକ୍ତି ଆପଣଙ୍କ ନିକଟରେ ହାର ମାନିପାରନ୍ତି। ଶତ୍ରୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିବେ।
ଧନୁ: ପରିକଳ୍ପନା ଫଳବତୀ ହୋଇପାରେ। ଅଧ୍ୟୟନରତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିନୀତ ସ୍ୱଭାବ ସମ୍ପନ୍ନ ଓ ନିତ୍ୟାନନ୍ଦଯୁକ୍ତ ହେବେ।
ମକର: ଯୋଗାଯୋଗରେ ସଫଳତା ପାଇବେ। କୌଣସି କାରଣରୁ ଶଙ୍କାଗ୍ରସ୍ତ ହୋଇପାରନ୍ତି। କଠିନ ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ।
କୁମ୍ଭ: ଶ୍ରମ ସାର୍ଥକ ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଅଶାନ୍ତିର ମାତ୍ରା ହ୍ରାସ ହେବ। ସରକାରୀ ସ୍ତରରୁ ଲାଭବାନ୍‍ ହେବେ। ପରୋପକାରୀ ହେବେ। ବିଦ୍ୱାନ୍‍ ଓ ଜ୍ଞାନୀ ହୋଇପାରନ୍ତି।
ମୀନ: ଲୋଭଗ୍ରସ୍ତ ହୋଇପାରନ୍ତି। ଆକସ୍ମିକ ସମସ୍ୟା ଦେଖା ଦେଇପାରେ। ନାନା ସୁନ୍ଦର ବସ୍ତୁ ଲାଭ ହୋଇପାରେ। ବିଭିନ୍ନ ଦିଗରୁ ଧନାଗମ ହେବ। ନୀତିନିଷ୍ଠ ହେବେ। ସରକାରୀ ସ୍ତରରୁ ଲାଭବାନ୍‍ ହେବେ। ସୁବନ୍ଧୁଯୁକ୍ତ ହୋଇପାରନ୍ତି।

Comments are closed.