ରବିବାର ରାଶିଫଳ (୦୨.୦୮.୨୦୨୦)

ମେଷ: ଦାନଧର୍ମରେ ଦୀକ୍ଷିତ ହୋଇ ପ୍ରଶଂସାର ପାତ୍ର ହେବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟ ଲାଭ କରିବେ।
ବୃଷ: ଯୋଗାଯୋଗ ଶୁଭଦାୟକ ହେବ। ଧନକ୍ଷୟ ହେବାର ସୂଚନା ମିଳୁଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଜିତେନ୍ଦ୍ରିୟ ଭାବେ ଜନାଦୃତ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ମିଥୁନ: ମନ ଫୁର୍ତ୍ତି ରହିବ। ସମ୍ମାନିତ ହେବେ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ୟ୍ୟ ପାଇଁ ସମୟ ଅନୁକୂଳ ରହିଛି। ସ୍ୱାଦିଷ୍ଟ ଭୋଜନ ମିଳିବ। ପରିବାର ସହ ଆନନ୍ଦ ଉପଭୋଗ କରିପାରନ୍ତି।
କର୍କଟ: କର୍ମ ଚଞ୍ଚଳ ରହିବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ପ୍ରଫୁଲ୍ଲିତ ହେବେ। ଉନ୍ନତିକର କାର୍ୟ୍ୟରେ ମନ ଦେବେ। ସାରାଦିନ କାର୍ୟ୍ୟ ବ୍ୟସ୍ତ ରହିବେ। ଋଣ ପରିଶୋଧ କରିବେ।
ସିଂହ: ପଢ଼ା ଲେଖାରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭଖବର ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନିସର୍ଗ ସୁଖର ଅଧିକାରୀ ହେବେ। ଶାସ୍ତ୍ରପଟୁ ହେବେ।
କନ୍ୟା: ପରିଶ୍ରମ କଠିନ ହେଲେ ବି; ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ବେପାର-ବଣିଜରେ ଲାଭବାନ୍‍ ହେବେ। ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ହୋଇପାରନ୍ତି। ଜନସାଧାରଣଙ୍କ ଆଦରରପାତ୍ର ହେବେ।
ତୁଳା: ସମ୍ମାନିତ ହେବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ୟ୍ୟ ପାଇଁ ବିଭିନ୍ନ ସ୍ତରରୁ ସାହାଯ୍ୟ ମିଳିବ। ଦେବଦର୍ଶନ କରି ଆତ୍ମ ସନ୍ତୋଷ ଲାଭ କରିବେ। ଅଶାନ୍ତିର ମାତ୍ରା କମିବ। ସରକାରୀ ସ୍ତରରୁ ଲାଭ ମିଳିବ।
ବିଛା: ବ୍ୟବସାୟ ଚଳାଇବାରେ ତତ୍ପର ହେବେ। ଧର୍ମରତ ହୋଇପାରନ୍ତି। ଜନବଲ୍ଲଭ ଭାବେ ପ୍ରତିଷ୍ଠା ଲାଭ କରିବେ। କୌଣସି କାରଣରୁ ବିଷାଦିତ ହୋଇପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେବେ।
ଧନୁ: ଯାତ୍ରା ଶୁଭଫଳଦାୟକ ହେବ। ନିର୍ଭରଶୀଳ ନ ହୋଇ କାର୍ୟ୍ୟ ସମ୍ପାଦନ କରିବେ। ଆୟ ଆଶାନୁରୂପ ହେବ। ତୃପ୍ତିକର ଭୋଜନ ମିଳିବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ସୁଖୀ ହେବେ।
ମକର: ଅଧିକ ବ୍ୟୟ ଯୋଗୁଁ ବ୍ୟତିବ୍ୟସ୍ତ ହୋଇପାରନ୍ତି। ଅଯଥା ବିତର୍କରୁ ଓହରି ଯାଇପାରନ୍ତି। ବନ୍ଧୁ କରଛଡ଼ା ଦେଇପାରନ୍ତି। ମିଷ୍ଟଭାଷୀ ଭାବେ ପରକୁ ଆପଣାର କରିବାରେ ସକ୍ଷମ ହେବେ। ଅନଟନ ଦେଖା ଦେବ।
କୁମ୍ଭ: ଆୟ ଯଥେଷ୍ଟ ପରିମାଣର ହେବ। ସୁସମ୍ବାଦ ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଅଧ୍ୟୟନରତ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ମୀନ: ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ। ପ୍ରୀତି ଭୋଜନ ମିଳିପାରେ। ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ଶୁଭଖବର ମିଳିବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ବିବାଦରେ ବିଜୟୀ ହେବେ।

Comments are closed.