ରବିବାର ରାଶିଫଳ(୧୨। ୭।୨୦୨୦)

ମେଷ: ସତର୍କ ନ ରହିଲେ ପ୍ରତାରିତ ହୋଇପାରନ୍ତି। କଠୋର ସ୍ୱଭାବର ହୋଇପାରନ୍ତି। ଜିତେନ୍ଦ୍ରିୟ , କୀର୍ତ୍ତିମାନ୍‌, ନୀତିବାଦୀ ଓ ଜନବଲ୍ଲଭ ହେବେ। ପରାକ୍ରମୀ ହୋଇପାରନ୍ତି। ଚତୁର ଓ ଧନଯୁକ୍ତ ହେବେ।
ବୃଷ: ସ୍ୱ ଇଚ୍ଛାରେ କାର୍ଯ୍ୟ ସଂପାଦନ କରିବେ। କର୍ମରେ ଉନ୍ନତି ଘଟିବ। ଶୁଭ ଖବର ପାଇ ଖୁସି ହେବେ। ଗୁରୁକୃପା ଲାଭ କରିପାରନ୍ତି। ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ବୁଦ୍ଧିମାନ୍‍ ହେବେ। ଧର୍ମପ୍ରିୟ ଓ ଶିଳ୍ପ କ୍ଷେତ୍ରରେ ପାରଦର୍ଶୀ ହେବେ।
ମିଥୁନ: ସମ୍ମାନିତ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ପାରିବାରିକ ସୁଖମିଳିବ। ବ୍ୟବସାୟ ଲାଭଜନକ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବନ୍ଧୁ ମିଳନ ଘଟିପାରେ। ବିଭିନ୍ନ ସ୍ତରରୁ ସହଯୋଗ ମିିଳିବ। ଶତ୍ରୁଜୟୀ ହେବେ।
କର୍କଟ: ଜଟିଳ ସମସ୍ୟାର ସୁ ସମାଧାନ କରିପାରନ୍ତି। ପରୋପକାରରେ ବ୍ରତୀ ହୋଇପାରନ୍ତି। ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ବିଦ୍ୟାରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଅର୍ଥ ମିଳିବ।
ସିଂହ: ନିର୍ଭୟରେ କାର୍ଯ୍ୟ କରି ଚାଲିବେ। ଧନକ୍ଷୟ ହେବାର ସମ୍ଭାବନା ଅଛି। କ୍ଲାନ୍ତି ଓ ଅବସାଦର ସମ୍ମୁଖୀନ ହୋଇପାରନ୍ତି। ପରଚର୍ଚ୍ଚାରୁ ବିରତ ହେବାକୁ ପଡ଼ିବ। ବ୍ୟବସାୟ ଲାଭଜନକ ହେବ। ବିଚକ୍ଷଣ ବୁଦ୍ଧିଯୁକ୍ତ ଓ ଲୋକଙ୍କ ଆଦରର ପାତ୍ର ହେବେ।
କନ୍ୟା: ବନ୍ଧୁ ମିଳନରେ ଉପକୃତ ହେବେ। ସମ୍ମାନିତ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସାଧାନାରେ ସିଦ୍ଧି ପ୍ରାପ୍ତ ହେବେ। କେତେକ ଘଟଣାରେ ଶଙ୍କା ବ୍ୟକ୍ତ କରିପାରନ୍ତି। ଅତିଥି, ଗୁରୁ ଓ ଦେବ ପୂଜା ନିରତ ହେବେ। କ୍ରୋଧହୀନ ହେବେ।
ତୁଳା: କାର୍ଯ୍ୟ ହାସଲ କରିବାକୁ ହେଲେ କ୍ରୋଧ ସମ୍ବରଣ କରିବାକୁ ପଡ଼ିବ। ବନ୍ଧୁଙ୍କ ସହଯୋଗ ମିଳିବ। କାର୍ଯ୍ୟ ସମ୍ପାଦନର ପ୍ରଶଂସାର ପାତ୍ର ହେବେ। ମନରେ ପ୍ରସନ୍ନତା ଆସିବ। ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ। ନିଃଶଙ୍କ ହେବେ।
ବିଛା: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ବହୁ ସୁଖର ଅଧିକାରୀ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପାରଙ୍ଗମ ହେବେ। ହର୍ଷଯୁକ୍ତ, ଶୁଦ୍ଧ ଭାଷୀ ଓ ଧନଶାଳୀ ହେବେ।
ଧନୁ: ସାଧନା ଫଳବତୀ ହେବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରି ଗଢ଼ି ତୋଳିବେ। ଶତ୍ରୁ ଦମନରେ ପାରଙ୍ଗମ ହେବେ। ଆଇନାନୁମୋଦିତ କାର୍ଯ୍ୟ କରି ଆଦର୍ଶବାଦୀ ନୀତି ଓ ମାନବିକତାର ପରିଚୟ ସୃଷ୍ଟି କରିବେ। ରାଜପୂଜା ପାଇବେ।
ମକର: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରି ଆତ୍ମସନ୍ତୋଷ ଲାଭ କରିବେ। ଆମୋଦ-ପ୍ରମୋଦ ଓ ବିଳାସ ବ୍ୟସନ କରିପାରନ୍ତି। ଉଚ୍ଚ ପ୍ରଶଂସା ଲାଭ କରିବେ। ସୁଖଶାନ୍ତି ମିଳିବ।
କୁମ୍ଭ: ନୀତିରୁ ବିଚ୍ୟୁତ ହେବେ ନାହିଁ। ଦେବପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। ନାନାବିଧ ସୁଖର ଅଧିକାରୀ ହୋଇପାରନ୍ତି। ନିତ୍ୟାନନ୍ଦ ଭୋଗ କରିବେ। ଯାନବାହନ ସୁଖ ମିଳିବ।
ମୀନ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ମଙ୍ଗଳମୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ସ୍ୱାସ୍ଥ୍ୟ ଅତୁଟ ରହିବ। ଘାତଚନ୍ଦ୍ର ଭୋଗ ଯୋଗୁଁ ସତର୍କରେ ଚଳିବେ।

Comments are closed.