ରବିବାର ରାଶିଫଳ

0

ମେଷ:​ ‌େକୗଣସି ଏକ ନିର୍ଦିଷ୍ଟ କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ। ବେଳେ ବେଳେ ମନରେ ଅହଂଭାବ ବି ଆସିବ। ସୁଚେଷ୍ଟା ଶୁଭପ୍ରଦ ହେବ। ଉନ୍ନତି ମାର୍ଗ ଉନ୍ମୁକ୍ତ ରହିବ। ସହକର୍ମୀଙ୍କୁ ସାହାଯ୍ୟ କରି ଆତ୍ମ ସନ୍ତୋଷ ଲାଭ କରିବେ।

ବୃଷ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ନିଜ ବୁଦ୍ଧି ବଳରେ କାର୍ଯ୍ୟ ହାସଲ କରି ଗର୍ବିତ ହେବେ। ଶୁଭ କାର୍ଯ୍ୟରେ ବ୍ୟୟ ହେବ।

ମିଥୁନ: ପରିବେଶ ଯୋଗୁଁ ଭୟାତୁର ହୋଇପାରନ୍ତି। ଭ୍ରମଣ ସୁଖ ମିଳିପାରେ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ନିଜଲୋକଙ୍କୁ ଭୁଲ ବୁଝିପାରନ୍ତି। ଦାତା, ଭୋକ୍ତ ହେବେ। ଗୁଣବାନ୍‌ ଧନୀ ଓ ମାନୀ ହେବାର ସୂଚନା ମିଳୁଛି।

କର୍କଟ: ନିଜ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ଅନୁତପ୍ତ ହେବେ। ପରିଶ୍ରମ ତୁଳନାରେ ଲାଭ ନ୍ୟୂନ ହୋଇପାରେ। ଧର୍ମ-କର୍ମରେ ନିଜକୁ ନିୟୋଜିତ କରିବେ। ବିଜ୍ଞ ବ୍ୟକ୍ତିଙ୍କ ସୁପାରିସ ମିଳିପାରେ। ନୂତନ ଦାୟିତ୍ବରେ ସହାୟତା ମିଳିବ।

ସିଂହ: ସେବା ମୂଳକ କାର୍ଯ୍ୟ କରି ଆନନ୍ଦ ଅନୁଭବ କରିପାରନ୍ତି। କୁକାର୍ଯ୍ୟ ପ୍ରତି ଘୃଣାଭାବ ଆସିବ। ବହୁ ପରିଶ୍ରମେ, ସ୍ବଳ୍ପ ଲାଭର ସୂଚନା ମିଳୁଛି। ନିଜ ଲୋକମାନେ ଶତ୍ରୁତା ଆଚରଣ କରିପାରନ୍ତି। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ।

କନ୍ୟା: ଗୃହ ଜଞ୍ଜାଳରେ ଛନ୍ଦି ହୋଇପଡ଼ିବେ। ସୁଖ, ସନ୍ତୋଷ ଲାଭ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆନୁଷ୍ଠାନିକ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ତୁଳା: କାର୍ଯ୍ୟକ୍ଷେତ୍ରରେ ହତୋତ୍ସାହ ହୋଇପାରନ୍ତି। ପରୋପକାରୀ ହେବେ। ସୁଖ-ସନ୍ତୋଷ ମିଳିବ। ଯଶସ୍ବୀ ହେବେ। ଖର୍ଚ୍ଚାନ୍ତ ହେବା ଆଶାକରାଯାଏ। ଚେଷ୍ଟା ଚଳାଇ ଥିବା କାର୍ଯ୍ୟ ସହଜରେ ସୁଫଳ ସମ୍ଭବ ନୁହେଁ। ସ୍ନେହବୋଳା କଥାରେ ପରକୁ ଆପଣାର କରିବେ।

ବିଛା: ନବ ବସ୍ତ୍ର ପରିଧାନ କରିପାରନ୍ତି। ଆଶ୍ବସ୍ତି ମିଳିବ। ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ। ସର୍ବ ସୁଖ ଲାଭ କରିପାରନ୍ତି। ବିନୀତ ସ୍ବଭାବର ହେବେ। ସୌଭାଗ୍ୟଯୁକ୍ତ ହୋଇପାରନ୍ତି। ଶାସ୍ତ୍ରଜ୍ଞ ହେବେ। ପ୍ରଭାବଶାଳୀ ହେବେ। ବୁଦ୍ଧିବଳରେ ଧନ ଅର୍ଜନ କରିବେ।

ଧନୁ: କର୍ମ ଅନୁସାରେ ଫଳ ଭୋଗ କରିପାରନ୍ତି। ସୁଖୀ ହେବେ। ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଯଶସ୍ବୀ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ହଠାତ୍‌ ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଭ୍ରମଣ ସୁଖ ମିଳିବ। ପରିସ୍ଥିତିକୁ ସମ୍ଭାଳି ନେବେ।

ମକର: ଅଟକି ରହିଥିବା ଅର୍ଥ ମିଳି ଯାଇପାରେ। ଆଦରଣୀୟ ହେବେ। ସମ୍ମାନିତ ହୋଇପାରନ୍ତି। ଶୁଭକାର୍ଯ୍ୟରେ ବ୍ୟୟର ମାତ୍ରା ବୃଦ୍ଧି କରିପାରନ୍ତି। ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବାକୁ ପଡ଼ିବ। ବିଳାସ ବ୍ୟସନ କରି ଅପାର ଆନନ୍ଦ ଲାଭ କରିବେ।

କୁମ୍ଭ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଉପୁଜି ଥିବା ସମସ୍ୟାର ସୁ-ସମାଧାନ କରିପାରନ୍ତି।ା କାର୍ଯ୍ୟର ଚାପ ମନକୁ ଅତିଷ୍ଠ କରିପାରେ। ଚତୁର ବୁଦ୍ଧିଯୁକ୍ତ ହେବେ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ। ପରୋପକାରୀ ଓ ଧନଯୁକ୍ତ ହୋଇପାରନ୍ତି।

ମୀନ: ଯୋଗାଯୋଗରେ ସଫଳତା ମିଳିବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ଦାନ ଧର୍ମରେ ଦୀକ୍ଷିତ ହୋଇ ସେବା କାର୍ଯ୍ୟରେ ଲାଗି ପଡ଼ିବେ।

Leave A Reply