ରବିବାର ରାଶିଫଳ ୧୫। ୦୩।୨୦୨୦

ମେଷ: ସୁଯୋଗ ଓ ଦୁର୍ଯୋଗ ସମାନ୍ତରାଳ ଗତି କରୁଛନ୍ତି। ଭୋଗାସକ୍ତ ବିନୀତ ସ୍ୱଭାବ, ନିତ୍ୟାନନ୍ଦଯୁକ୍ତ, ଗୁଣବାନ୍‍ ଓ ବହୁବିଦ୍ୟା ପାରଙ୍ଗମ ହେବେ। ଅସୁସ୍ଥତା ହେତୁ ସୁଖହାନି ଘଟିପାରେ। ଚଞ୍ଚଳମନା ହେବେ।
ବୃଷ: ଯୋଗାଯୋଗ ଉତ୍ତମ ଫଳଦାୟକ ହେବ। ସାଧାରଣ କ୍ଷେତ୍ରରେ ଆଦରଣୀୟ ହେବେ। ସମ୍ମାନିତ ହେବା ଆଶା କରାଯାଏ। ନୀତିନିଷ୍ଠ ହୋଇପାରନ୍ତି। କର୍ମାନୁରକ୍ତ ହେବେ। ଯଶସ୍ୱୀ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ।
ମିଥୁନ: ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି। ବୁଦ୍ଧିମାନ୍‍ ହେବେ। ଯାନବାହନ ଓ ଧନଯୁକ୍ତ ହୋଇପାରନ୍ତି। ଶ୍ରେଷ୍ଠ ମାନ୍ୟତା ମିଳିପାରେ। ପରୋପକାରୀ ହେବେ। ଶତ୍ରୁ ଦମନ କରିପାରନ୍ତି। ପୁତ୍ର ସୁଖ ମିଳିପାରେ। ବିଦ୍ୱାନ୍‍ ଓ ଦାନୀ ହେବେ।
କର୍କଟ: କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ, ମାତ୍ର ବିଳମ୍ବିତ ହୋଇପାରେ। ଧର୍ମାସକ୍ତ ଓ ମତିମାନ ହୋଇପାରନ୍ତି। ପୁତ୍ର, ମିତ୍ର ହେତୁ ସୁଖଭୋଗ କରିବେ। ଭ୍ରାତୃବର୍ଗ ବିଷମ ଭାବାପନ୍ନ ହୋଇପାରନ୍ତି। ଭାଗ୍ୟବାନ୍‍ ହେବେ। ସମ୍ମାନିତ ହୋଇପାରନ୍ତି।
ସିଂହ: ଦିନଟି ସମସ୍ୟାବହୁଳ ହୋଇପାରେ। ନିଜକୁ କଳହମୁକ୍ତ ରଖିବାକୁ ପଡ଼ିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ସମ୍ମାନିତ ହୋଇପାରନ୍ତି। ବସ୍ତ୍ର, କାଞ୍ଚନ ଲାଭ ହୋଇପାରେ। ସର୍ବତ୍ର ସୁଖ ମିଳିବ।
କନ୍ୟା: ଯାତ୍ରା ମାର୍ଗ କୁସୁମିତ ହେବ। ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। କୁଶଳ ସମାଚାର ପାଇ ନିଜକୁ ଭାଗ୍ୟବାନ୍‍ ମନେ କରିବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି।
ତୁଳା: ପରିବାରର କଲ୍ୟାଣ ଭାଜନ ହୋଇପାରନ୍ତି। ଆଶାବାଦୀ ହେବେ। କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ। ସୌଭାଗ୍ୟ ଓ ସମ୍ମାନଯୁକ୍ତ ହୋଇପାରନ୍ତି। ଧନାଗମର ସୂଚନା ମିଳୁଛି। ଚଞ୍ଚଳମନା ହେବେ। ଅତି ସୁଖୀ ଓ କୀର୍ତ୍ତିମାନ୍‍ ହୋଇପାରନ୍ତି।
ବିଛା: ଆଶାର୍ବାଦ ପ୍ରାପ୍ତ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସୁଖ ମିଳିିବ। ଧନବାନ୍‍ ହେବେ। ଅପାର ଗୁଣର ଆଧାର ହେବେ।
ଧନୁ: ଖର୍ଚ୍ଚାନ୍ତ ହେବେ। କାର୍ଯ୍ୟରେ ଅବହେଳା କଲେ ପଥଭ୍ରଷ୍ଟ ହୋଇପାରନ୍ତି। ଉପୁଜି ଥିବା ସମସ୍ୟାର ସୁସମାଧାନ ହୋଇପାରେ। ବ୍ୟବହାର କୁଶଳୀ ହେବେ। ମନଭୁଲା କଥା କହି ପରକୁ ଆପଣାର କରିବେ।
ମକର: ଯେତେ ଆଗକୁ ବଢ଼ିବେ ସେତେ ସୁଫଳ ମିଳିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ଆନନ୍ଦ ଉତ୍ସବ ଲାଗି ରହିବ। ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ସରକାରଙ୍କ କୃପାପାତ୍ର ହୋଇପାରନ୍ତି। ପୂଜାର୍ଚ୍ଚନା କରି ସୁଖ-ଶାନ୍ତିରେ ସମୟ ବିତାଇ ପାରନ୍ତି।
କୁମ୍ଭ: କର୍ମକ୍ଷେତ୍ରରେ ସୁଯୋଗ ସୃଷ୍ଟି ହୋଇଛି। ପରିଶ୍ରମର ମୂଲ୍ୟ ମିଳିବ। ବ୍ୟବସାୟ ଲାଭଜନକ ହେବ। ଶାନ୍ତି-ସନ୍ତୋଷ ଲାଭ କରିବେ। କୀର୍ତ୍ତିିର୍ମାନ୍‍ ହୋଇପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ବିଭାଗୀୟ କୃପା ମିଳିବ। ଚିନ୍ତାଧାରା ମହତ୍‍ ହେବ।
ମୀନ: ବିପଦ ଦୂର ହେବ। ଆଶ୍ୱସ୍ତ ହୋଇପାରନ୍ତି। ହସ, ଖୁସିରେ ସମୟ ବିତାଇ ପାରନ୍ତି। ଜନୈକା ମହିଳାଙ୍କ ଦ୍ୱାରା ବିଶେଷ ଉପକୃତ ହେବେ। ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହେବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଅର୍ଥ ମିଳିପାରେ।

Comments are closed.