ରବିବାର ରାଶିଫଳ

ମେଷ: ମନ ପ୍ରଫୁଲ୍ଲ ରହିବ। ସମ୍ମାନିତ ହେବା ଆଶା କରାଯାଏ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ବୈଶିଷ୍ଟ୍ୟତା ପ୍ରକାଶ ପାଇବ। ସୁଖୀ ହେବେ। ଆନନ୍ଦ ଉଲ୍ଲାସ ଲାଗି ରହିବ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ।
ବୃଷ: ମଧ୍ୟମ ଧରଣର ଶୁଭଫଳ ମିଳିବ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖଭୋଗ କରିବେ। ମନ୍ତ୍ରଣାଦାତା ହୋଇପାରନ୍ତି। କାବ୍ୟ ରଚନାରେ ପାରଙ୍ଗମ ହେବା ଆଶା କରାଯାଏ।
ମିଥୁନ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। କାର୍ୟ୍ୟ କରିବା ପାଇଁ ମନରେ ଉତ୍ସାହ ବୃଦ୍ଧି ପାଇବ। ସତ୍‍କର୍ମରେ ବ୍ୟୟ କରି ପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ଧନମାନ୍‍ ଓ ଗୁଣଯୁକ୍ତ ହେବେ।
କର୍କଟ: ନିଷ୍ଠାର ସହ କାର୍ୟ୍ୟଭାର ତୁଲାଇବେ। ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ତଥାପି ଆର୍ଥିକ ଅଭିବୃଦ୍ଧି ମନରେ କିଛିଟା ସନ୍ତୋଷ ଆଣି ଦେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ମିଷ୍ଟଭାଷୀ ହେବେ।
ସିଂହ: ଧୈର୍ୟ୍ୟର ସହ କାର୍ୟ୍ୟକଲେ ଲାଭବାନ୍‍ ହେବେ। ମୂଲ୍ୟବାନ୍‍ ଦ୍ରବ୍ୟ କ୍ରୟ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ସନ୍‍ମାର୍ଗୀ ହେବେ। କୃଷିକର୍ମରେ ଦକ୍ଷତା ପ୍ରତିପାଦନ କରିବେ। ପ୍ରଭୂତ ବିତ୍ତର ଅଧିକାରୀ ହେବେ।
କନ୍ୟା: ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ସରକାରୀ ଧନ ପାଇବାର ସୁଯୋଗ ଅଛି। ଗୃହ ପରିବେଶ ଆନନ୍ଦଦାୟକ ହେବ। ଉତ୍ତମ ଗୁଣର ଆଧାର ହୋଇପାରନ୍ତି। ବହୁବିଧ ଧନ ମିଳିବ। କୀର୍ତ୍ତିମାନ୍‌ ହେବେ।
ତୁଳା: ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ବିଭିନ୍ନ ସହଯୋଗ ମିଳିବ। ବନ୍ଧୁ ମିଳନ ଘଟିପାରେ। ସତ୍‍ସଙ୍ଗୀ ହେବା ଆଶାକରାଯାଏ। ପଡ଼ୋଶୀଙ୍କ ସହିତ ସଦ୍‌ଭାବନା ଅବ୍ୟାହିତ ରହିବ। ଗୁରୁ-ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଯଶସ୍ୱୀ ହେବେ। ଶୁଭକର୍ମରେ ଯୋଗ ଦେବେ।
ବିଛା: ଅଯଥାରେ ବ୍ୟୟ ବୃଦ୍ଧି ହୋଇପାରେ। ଧନ କ୍ଷୟ ହେବାର ସୂଚନା ମିଳୁଛି। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଐକତ୍ର ଭୋଗ ହେଉ ଥିବାରୁ ଉଚ୍ଚସ୍ଥାନ ଆରୋହଣ ନ କରିବା ଉଚିତ। ଜଳଯାତ୍ରାରୁ ବିରତ ରୁହନ୍ତୁ। ବ୍ୟବସାୟରେ ସାମାନ୍ୟ ଲାଭହେବ।
ଧନୁ: ଆୟ ଧୀରେଧୀରେ ବୃଦ୍ଧି ପାଇବ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ଅସୁସ୍ଥତାରୁ ଆରୋଗୀ ହୋଇପାରନ୍ତି। ଚିନ୍ତାରୁ ମୁକ୍ତି ମିଳିବ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି।
ମକର: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ନିରବତା ଅବଲମ୍ବନ କରିପାରନ୍ତି। ବିଭିନ୍ନ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଅଭୀଷ୍ଟ ସିଦ୍ଧି ହେବାର ସୂଚନା ମିଳୁଛି। ସୁସ୍ଥ ରହିବେ। ଶତ୍ରୁ ବିାନଶ କରି ଆଶ୍ୱସ୍ତ ହେବେ।
କୁମ୍ଭ: ଏକ ନୂଆ କାର୍ୟ୍ୟରେ ସମୟ ବିତାଇ ପାରନ୍ତି। ମାତ୍ର ଏହି କାର୍ୟ୍ୟରେ ସହଯୋଗ ମଳିପାରୁ ନାହିଁ। କର୍ମ ଚିନ୍ତାରେ ଚିନ୍ତିତ ହେବେ। ସୁଭାଷୀ ଓ ଉତ୍ତମ ବିଦ୍ୟାଯୁକ୍ତ ହୋଇପାରନ୍ତି। ତେଜୀୟାନ୍‍ ହେବେ। ପ୍ରଚୁର ଧନ ମିଳିପାରେ।
ମୀନ: ପରିବାରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ଭବ୍ୟ ସମ୍ବର୍ଦ୍ଧନା ମିଳିପାରେ। ମନରେ ସେବା ଭାବନା ଜାଗ୍ରତ ହେବ। ପୂଜାର୍ଚ୍ଚନାରେ ଲିପ୍ତ ହୋଇପାରନ୍ତି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ।

Comments are closed.