ରବିବାର ରାଶିଫଳ (୬। ୯।୨୦୨୦)

ମେଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ରୋଜଗାର ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ବିବାଦଶୀଳ ହେବା ଆଶା କରାଯାଏ। ଶତ୍ରୁ ବିଜୟୀ ହୋଇପାରନ୍ତି। ଦଳ ମଧ୍ୟରେ ଭେଦନୀତିରେ କାରଣ ହେବେ।

ବୃଷ: ଯୋଗାଯୋଗରେ ସଫଳତା ମିଳିବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ତ୍ତବ୍ୟନିଷ୍ଠ ହେବେ। ବିବାଦରେ ବିଜୟୀ ହେବେ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। କଠିନ ସ୍ୱଭାବର ହେବେ। ସତ୍‍ପୁତ୍ର ଲାଭ କରିବେ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁସମ୍ବାଦ ପାଇ ଖୁସି ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। କାର୍ଯ୍ୟଶୈଳୀ ପରିବର୍ତ୍ତନ ଆଣି ଲକ୍ଷସ୍ଥଳରେ ପହଞ୍ଚି ଥିବାରୁ ପ୍ରଶଂସାର ପାତ୍ର ହେବେ। ପଦୋନ୍ନତି ମିଳିବା ସୂଚିତ ହେଉଛି।

କର୍କଟ: କାର୍ଯ୍ୟରେ ସଫଳତା ଲାଭ କରିବେ। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି। ଚିତ୍ତରେ ପ୍ରସନ୍ନତା ଦେଖା ଦେବ। ସୌଭାଗ୍ୟ ବୃଦ୍ଧି ଘଟିପାରେ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ଶତ୍ରୁ ବିନାଶ କରି, ଶ୍ରେଷ୍ଠ ପଦ-ପଦବୀ ପାଇପାରନ୍ତି।

ସିଂହ: ସତ୍‍ସଙ୍ଗୀ ହେବେ। ଗଠନମୂଳକ କାର୍ଯ୍ୟର ନେତୃତ୍ୱ ନେଇ ପାରନ୍ତି। ବିଭିନ୍ନ ସ୍ତରରେ ସମ୍ମାନିତ ହେବା ଆଶା କରାଯାଏ। ବିଦ୍ୟାରୂପକ ମହାଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବେ। ସୁଖୀ ହେବେ।

କନ୍ୟା: ଧନକ୍ଷୟ ହେବାର ସମ୍ଭାବନା ଅଛି। ମେଧାବୀ ଓ ଦୟାଳୁ ସ୍ୱଭାବର ହେବେ। ଜିତେନ୍ଦ୍ରିୟ ହୋଇପାରନ୍ତି। ସତ୍‍କର୍ମରେ ନିୟୋଜିତ ହେବେ। ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

ତୁଳା: ଭାଗ୍ୟଶାଳୀ ହେବେ। ଚିନ୍ତାଧାରା ମହତ ହେବ। ଯଶସ୍ୱୀ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଧନବାନ୍‍ ହେବେ। ସରକାରୀ ଅର୍ଥ ମିଳିପାରେ। ଶତ୍ରୁନାଶ କରିବାରେ ପାରଙ୍ଗମ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି।

ବିଛା: ସୁଖ, ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ବୁଦ୍ଧିମାନ୍‍ ହେବେ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ପରୋପକାରୀ ହେବେ। ଧନାଗମ ହେବ। ଗୁଣବାନ୍‍ ଓ ବହୁ ବିଦ୍ୟା ପାରଙ୍ଗମ ହେବେ।

ଧନୁ: ଏକ ଶ୍ରେଷ୍ଠ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ପଠନ, ଲିଖନ ଉପରେ ଗୁରୁତ୍ୱ ଦେବେ। ଧର୍ମକାର୍ଯ୍ୟ ସଂପାଦନ କରିପାରନ୍ତି। ବହୁ ବିଦ୍ୟାର ଅଧିକାରୀ ହେବେ। ସୁଖୀ ହେବେ। ସାଧୁ ପ୍ରଦତ୍ତ ଆଶିଷଯୁକ୍ତ ହୋଇପାରନ୍ତି।

ମକର: କାର୍ଯ୍ୟ କରାୟତ୍ତ ହେବ। ଅନୁଗୃହୀତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଧନଶାଳୀ ହେବେ। ପତ୍ନୀ, ପୁତ୍ର ସୁଖ ମିଳି ପାରେ। ସଂଯମୀ ନ ହେଲେ ଅପରାଧ ଅକ୍ଷମଣୀୟ ହୋଇପାରେ। କରିତ୍‍କର୍ମା ହୋଇପାରନ୍ତି।

କୁମ୍ଭ: ଆଶୀର୍ବାଦ ପ୍ରାପ୍ତ ହେବେ। ଶ୍ରମର ମୂଲ୍ୟାଙ୍କନ ହେବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ପ୍ରତିଷ୍ଠା ବୃଦ୍ଧିର ସୂଚନା ମିଳୁଛି। ସୁଖ, ଶାନ୍ତିରେ ସମୟ ଅତିବାହିତ କରିପାରନ୍ତି। ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। ବିଜୟୀ ହେବେ।

ମୀନ: କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ; ମାତ୍ର ବିଳମ୍ବରେ। ଶତ୍ରୁ ବିନାଶ କରିବାରେ ପାରଙ୍ଗମ ହେବେ। ବିତ୍ତବାନ୍‍ ହୋଇପାରନ୍ତି। ଦାନଶୀଳ ହେବେ। ଆନନ୍ଦ ଉପଭୋଗ କରିବେ। ଗୁଣବାନ୍‍ ଓ ମାନୀ ହୋଇପାରନ୍ତି।

Comments are closed.