ରବିବାର ରାଶିଫଳ

ମେଷ: ଶତ୍ରୁ କବଳରୁ ରକ୍ଷା ପାଇ ଯିବେ। ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନ ମିଳିବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୂଚନା ମିଳୁଛି। ନୂଆ ବନ୍ଧୁ ଜୁଟିବେ।

ବୃଷ: ଉତ୍ସାବାଦିରେ ଯୋଗଦାନ କରି ଆନନ୍ଦ ଅନୁଭବ କରିବେ। ବ୍ୟୟ ପରିମାଣ ଅଧିକ ହୋଇପାରେ। ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ସାହସୀ ଓ ଜ୍ଞାନୀ ହେବେ।

ମିଥୁନ: ଧନ ବୃଦ୍ଧି ହେବାର ସୁଯୋଗ ସୃଷ୍ଟି ହୋଇଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବାସହ ଧନଲାଭ ହେବ।

କର୍କଟ: ସୁଖ-ସମ୍ମାନ ଲାଭ କରି ପାରନ୍ତି। କୁଳ-ଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସ୍ନେହ, ସଦିଚ୍ଛା ରହିବ।

ସିଂହ: ପରିସ୍ଥିତି ଆୟତ୍ତରେ ରହିବ। ସେବା ପୂଜାରେ ନିୟୋଜିତ ହେବେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍‍, ସାହସୀ ଓ ଧନବାନ୍‍ ହେବେ।

କନ୍ୟା: ସହକର୍ମୀଙ୍କୁ ସହାୟତା ଦେଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସର୍ଦି-କଫରେ ଆକ୍ରାନ୍ତ ହୋଇପାରନ୍ତି। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।

ତୁଳା: ବନ୍ଧୁଙ୍କ ସହାୟତା ଓ ସମର୍ଥନ ପାଇ ଖୁସି ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ସାମୟିକ ଭାବେ ମନରେ ଅହଂଭାବ ଜାଗ୍ରତ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ଅଧୀନ ହୋଇପାରନ୍ତି।

ବିଛା: ଯୋଗାଯୋଗରେ ପ୍ରଗତି ଘଟିବ। ମନରେ ଅହଂଭାବ ଜାଗ୍ରତ ହେବ। ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳଶାଳୀ ହୋଇପାରନ୍ତି। ଶତ୍ରୁହନ୍ତା ହେବେ। ବଳିଷ୍ଠ ହେବେ।

ଧନୁ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହେବେ। ସମୟାନୁବର୍ତ୍ତିତା ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ପତିବ୍ରତା ପତ୍ନୀଙ୍କ ସହାୟତା ମିଳିବ।

ମକର: କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ। ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କର୍ମକାରୀ ହେବେ। ଜଳପ୍ରତି ଆଦର ଓ ବୁଦ୍ଧିମାନ୍‍ ହେବେ।

କୁମ୍ଭ: ସମ୍ମାନ ବୃଦ୍ଧିର ସୂଚନା ମିଳୁଛି। ମନରେ ପ୍ରସନ୍ନ ଭାବ ଜାଗ୍ରତ ହେବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ସରଳ ଓ ସାବଲୀଳ ଭାଷାରେ ଅନ୍ୟକୁ ସମ୍ବୋଧନ କରି ମହାନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ପ୍ରେମୀ ଓ ସାହସୀ ହୋଇପାରନ୍ତି।

ମୀନ: ବନ୍ଧୁ ସହଯୋଗ ପାଇ ପାରନ୍ତି। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ମିତ୍ର ସୁଖ ମିଳିବ।

Comments are closed.