ରବିବାର ରାଶିଫଳ ୦୬.୦୬.୨୦୨୧

ମେଷ: ଆୟ ବୃଦ୍ଧିର ସୂଚନା ମିଳୁଛି। ବନ୍ଧୁଙ୍କ ସହାୟତାରୁ ସରକାରୀ ସ୍ତରରୁ ଲାଭ ଉଠଇ ପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ଉନ୍ନତ ହେବ।
ବୃଷ: ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‌ ରହି ପାରନ୍ତି। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ଚଞ୍ଚଳ ଚେଷ୍ଟିତ ହେବେ। କାର୍ଯ୍ୟରେ ବିଘ୍ନ ଉପୁଜିବାର ସମ୍ଭାବନା ଅଛି। ମଧୁର କଥା କହି ପରକୁ ଆପଣାର କରି ପାରନ୍ତି।
ମିଥୁନ: ଶୁଭ ଖବର ପାଇ ଖୁସି ହୋଇ ପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି।
କର୍କଟ: ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।
ସିଂହ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କନ୍ୟା: ସୁଖ-ସନ୍ତୋଷ ମିଳିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରି ପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ଗୃହ ସୁଖ ମିଳିବ। ନବବସ୍ତ୍ର ପରିଧାନକରି ପାରନ୍ତି। ନିଅଁଟିଆ ପରିସ୍ଥିତି ଉପୁଜିପାରେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ତୁଳା: ଧୈର୍ଯ୍ୟବାନ ହେବେ। ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଅନୁଭବ କରିବେ।
ବିଛା: ସାମୟିକ ଭାବେ ମୌନବ୍ରତ ଅବଲମ୍ବନ କରିପାରନ୍ତି। ଶୁଭେଚ୍ଛୁମାନଙ୍କ ସହାୟତା ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭକାର୍ଯ୍ୟ କରିପାରନ୍ତି। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରିପାରନ୍ତି।
ଧନୁ: ଅଧ୍ୟୟନରତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବହୁଧନର ଅଧିକାରୀ ହେବେ। ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି।
ମକର: ପରିଶ୍ରମର ମୂଲ୍ୟ ମିଳିବ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କାର୍ଯ୍ୟରେ ସଫଳତା ମିଳିବ। କଷ୍ଟସାଧ୍ୟ ହେବ। ମାନସିକ ସ୍ତରରେ ଅଶାନ୍ତି ଉପୁଜିପାରେ। କୃଷିରୁ ଆୟ ଆସିବ। ଯାନବାହନ ସୁଖ ମିଳିପାରେ।
କୁମ୍ଭ: ଆଶାବାଦୀ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବଦର୍ଶନର ସୁଯୋଗ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠଇ ପାରନ୍ତି। ବିବାଦରେ ବିଜୟୀ ହେବେ।
ମୀନ: ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆକସ୍ମିକ ସମସ୍ୟାର ସମାଧାନ କରିବାରେ ସିଦ୍ଧହସ୍ତ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି। ନୀତିନିଷ୍ଠ ହେବେ।

Comments are closed.