ରବିବାର ରାଶିଫଳ (୧୬.୦୫.୨୦୨୧)

ମେଷ: ଧୀରେ ସୁସ୍ଥେ ଆଗକୁ ବଢ଼ିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ଥିତି ଭଲ ରହିବ। ଆୟ-ବ୍ୟୟ ପ୍ରାୟ ସମାନ୍ତରାଳ ଗତି କରିବ। ପାରିବାରିକ ଜୀବନ ଆନନ୍ଦମୟ ହେବ। ଚାକିରି କ୍ଷେତ୍ରରେ ବ୍ୟସ୍ତତା ଦୂର ହେବ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ।
ବୃଷ: ଶ୍ରମ ସାର୍ଥକ ହେବ। ଆୟ ଆଶାନୁରୂପ ହେବ। ଚାକିରିରେ ଆଶାବାଦୀ ହେବେ। ବ୍ୟବସାୟ ଲାଭଜନକ ହେବ। ବ୍ୟୟଭାର ହ୍ରାସ ହେବାର ସୂଚନା ମିଳିଛି। ସଞ୍ଚୟାଭିମୁଖି ହୋଇପାରନ୍ତି। ବିଦ୍ୟାର୍ଥୀଙ୍କୁ ମଧ୍ୟମ ଫଳ ମିଳିବ।
ମିଥୁନ: ଲୋଭଗ୍ରସ୍ତ ହୋଇପାରନ୍ତି। ମନ ଚଞ୍ଚଳ ରହିବ। ସୁସ୍ବାଦୁ ଭୋଜନରେ ଆପାୟିତ ହୋଇପାରନ୍ତି। ଆୟଠାରୁ ଅତିଥି ସେବା ପାଇଁ ବ୍ୟୟ ସାମାନ୍ୟ ଅଧିକ ହୋଇପାରେ। ଚାକିରି କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହୋଇପାରେ। ଚିନ୍ତାଧାରା ଉନ୍ନତ ହେବ।
କର୍କଟ: କର୍ମ ଚଞ୍ଚଳ ରହିବେ। କାର୍ଯ୍ୟକ୍ଷେତ୍ରରେ ନାନା ସମସ୍ୟା ଦେଖାଦେଇ ପାରେ। ସୁସ୍ଥ ରହିବେ। ଆୟ ସ୍ଥିର ରହିଥିବାବେଳେ ବ୍ୟୟ ବୃଦ୍ଧି ଘଟିପାରେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଲୋକସମ୍ପର୍କ ବୃଦ୍ଧି ପାଇବ।
ସିଂହ: ସୁଖ-ସମ୍ମାନ ଲାଭକରି ପାରନ୍ତି। ବିଭିନ୍ନ ସ୍ତରରୁ ସାହାଯ୍ୟ, ସହଯୋଗ ପାଇ ଖୁସି ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଚାକିରି କ୍ଷେତ୍ରରେ ଆଶା ଫଳବତୀ ହେବ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ।
କନ୍ୟା: ରୋଜଗାର ଆଶାନୁରୂପ ହେବ। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ପାରିବାରିକ ଜୀବନ ଶାନ୍ତିପ୍ରଦ ହେବ। ଚାକରିରେ ସମ୍ମାନିତ ହେବେ। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ପ୍ରାପ୍ତ ହେବ।
ତୁଳା: କର୍ତ୍ତବ୍ୟନିଷ୍ଠ ହେବେ। କାର୍ଯ୍ୟ ସନ୍ତୋଷଜନକ ହେବ। ଭାଗ୍ୟଶାଳୀ ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଦ୍ୟମ ପ୍ରଶଂସନୀୟ ହେବ। ବ୍ୟବସାୟ ଲାଭଜନକ ହେବ। ସୁସ୍ଥ ଓ ନିରାମୟ ରହିବେ। ବିଦ୍ୟାର୍ଥୀଙ୍କୁ ଉଚ୍ଚ ଫଳ ପ୍ରାପ୍ତ ହେବ।
ବିଛା: କର୍ତ୍ତବ୍ୟ ପାଳନରେ ବ୍ରତୀ ହୋଇପାରନ୍ତି। ରାଜପୂଜିତ ହୋଇପାରନ୍ତି। ଯାନବାହନର ସତର୍କତା ଆବଶ୍ୟକ। ପରାକ୍ରମଶାଳୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ।
ଧନୁ: ବିଭିନ୍ନ ସ୍ତରରୁ ସହଯୋଗ ପାଇ କାର୍ଯ୍ୟରେ ଆଗେଇବେ। ସୁସ୍ଥ ରହିବେ। ମାନସିକ ସ୍ଥିତି ଉନ୍ନତମାନର ହେବ। ଆୟ ଆଶାନୁରୂପ ହେବ। ଋଣ ପରିଶୋଧ କରିପାରନ୍ତି। ଚାକିରିରେ ଉପୁଜିଥିବା ସମସ୍ୟା ଦୂର ହେବ। ବିଦ୍ୟାର୍ଥୀ ଅନୁକରଣୀୟ ହେବେ।
ମକର: ସୁଖ, ସନ୍ତୋଷ ମିଳିପାରେ। କାର୍ଯ୍ୟରେ ଆଗେଇବେ। ବେଳେବେଳେ ଅସହାୟବୋଧ କରିପାରନ୍ତି। ମନରେ ଦ୍ବିଧାଭାବ ଜାଗ୍ରତ ହୋଇପାରେ। ଆୟ ସାମାନ୍ୟ ବଢ଼ିବ। ବ୍ୟୟ ସ୍ଥିର ରହିବ। ବିଦ୍ୟାର୍ଥୀଙ୍କୁ ଆତ୍ମସନ୍ତୋଷ ମିଳିବ।
କୁମ୍ଭ: ଉତ୍ତମ ପରାମର୍ଶଦାତା ହେବେ। ବୁଦ୍ଧିବିବେକ ଖଟାଇ କାର୍ଯ୍ୟରେ ଆଗେଇବେ। ସୁସ୍ଥ ରହିବେ। ଆୟ-ବ୍ୟୟ ସମାନ୍ତରାଳ ଗତି କରିବ। ଚାକିରି କ୍ଷେତ୍ରରେ ଦୃଢ଼ମନା ହେବେ। ବ୍ୟବସାୟରେ ଆଗକୁ ବଢ଼ିବେ। ବିଦ୍ୟାର୍ଥୀ ଶୁଭଫଳ ପ୍ରାପ୍ତ ହେବେ।
ମୀନ: ଚିନ୍ତାଗ୍ରସ୍ତ ହୋଇପାରନ୍ତି। କାର୍ଯ୍ୟ ବିଳମ୍ବିତ ହୋଇପାରେ। ଶରୀର ସୁସ୍ଥ ରହିବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ବନ୍ଧୁମିଳନ ଘଟିବ। ଚାକିରି କ୍ଷେତ୍ରରେ ସୁଖ, ସମ୍ମାନ ଲାଭ କରିପାରନ୍ତି। ବ୍ୟବସାୟରେ ଅଗେଇବେ। ବିଦ୍ୟାର୍ଥୀଙ୍କୁ ଶୁଭ ଫଳ ମିଳିବ।

Comments are closed.