ରବିବାର ରାଶିଫଳ (୦୯.୦୫.୨୦୨୧)

ମେଷ: କାର୍ଯ୍ୟରେ ସଫଳତା ମିଳିବା କଷ୍ଟଦାୟକ ହେବ। କର୍ମଚଞ୍ଚଳ ରହିପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶତ୍ରୁ ଦମନ ପାଇଁ ଖର୍ଚ୍ଚାନ୍ତ ହେବେ। ବିବାଦୀୟ ବିତର୍କରେ ଭାଗନେଇ ଚୁପ୍‌ ରହିବେ।
ବୃଷ: ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି।
ମିଥୁନ: ସୁଖ-ସମ୍ମାନ ଲାଭ କରି ପାରନ୍ତି। ଶୁଭ ସମାଚାର ପାଇ ଭାବ ବିହ୍ବଳ ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ। ଶୁଭକାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ।
କର୍କଟ: ପରୋପକାରୀ ହେବେ। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭୋଗ ବିଳାସ କରିପାରନ୍ତି।
ସିଂହ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଜାତ ଶତ୍ରୁ ହେବା ଆଶା କରାଯାଏ। ବିନୀତ ସ୍ବଭାବର ହେବେ। ପତ୍ନୀଙ୍କ ଧନରେ ସୁଖଭୋଗ କରିପାରନ୍ତି। ଜଣେ ଉପଯୁକ୍ତ ପରାମର୍ଶଦାତା ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।
କନ୍ୟା: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ବହୁ ସୁଖଦାୟକ ଘଟଣା ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ରୁଚିକର ଭୋଜନରେ ଆପାୟିତ ହେବେ।
ତୁଳା: କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ସହୟତା ପାଇଁ ଶତ୍ରୁଦମନ କରିବା ସହିତ ମାନସିକ ଶାନ୍ତି ଫେରିପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ଅଛି। କରଜ ସୁଝିବେ।
ବିଛା: ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଜୀବନ ସୁଖପ୍ରଦ ହେବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ବ୍ୟବସାୟରୁ ଲାଭମିଳିବ।
ଧନୁ: ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। ମାନବବାଦୀ ହେବେ। ଯାନବାହନ ସୁଖଭୋଗ କରିପାରନ୍ତି। କର୍ମକ୍ଷେତ୍ରରେ ନିଜ ସୁଚିନ୍ତିତ ମତବ୍ୟକ୍ତ କରି ପ୍ରଶଂସାର ପାତ୍ର ହେବେ। କାର୍ଯ୍ୟ କ୍ଷେତ୍ରରେ ନୂତନ ପଦକ୍ଷେପ ନେବେ।
ମକର: କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ଠାକୁରଙ୍କ ଦର୍ଶନ ଲାଭ କରିବେ ଓ ଆତ୍ମସନ୍ତୋଷ ମିଳିବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ପାଇବେ।
କୁମ୍ଭ: ଉପୁଜୁଥିବା ସମସ୍ୟାର ସହଜ ସମାଧାନ କରିପାରିବେ। ସାଧୁସେବାରେ ବ୍ରତୀ ହୋଇପାରନ୍ତି। ପରୋପକାର କରି ନିଜର ମହାନତା ପ୍ରତିପାଦନ କରିବେ। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରି ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହେବେ।
ମୀନ: ପୌଷ୍ଟିକ କର୍ମ ଓ ଅନ୍ୟାନ୍ୟ ମଙ୍ଗଳ କର୍ମାଦିରେ ନିରତ ହୁଏ। ଭଲ ରୋଜଗାର ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ। ମିଷ୍ଟାନ୍ନ ଭୋଜନରେ ଆପାୟିତ ହୋଇପାରନ୍ତି। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

Comments are closed.