ବାଘୁଣୀ ଆକ୍ରମଣରେ ଗାଈ ମୃତ: ସୁନ୍ଦରୀ ମାରିଥିବା ସନ୍ଦେହ

0

ଅନୁଗୁଳ: ଅନୁଗୁଳ ଜିଲା ଆଠମଲ୍ଲିକ ରେଞ୍ଜ ଲେହେଡ଼ି ଗ୍ରାମରେ ଏକ ଗାଈକୁ ବାଘୁଣୀ ମାରି ଦେଇଥିବା ଅଭିଯୋଗ ହୋଇଛି। ଗାଈଟି ଘର ବାହାରେ ବନ୍ଧା ଯାଇଥିବା ବେଳେ ବାଘୁଣୀ ଆକ୍ରମଣ କରିଥିଲା। ବାଘୁଣୀଟି  ଜନବସତି ନିକଟରେ ବିଚରଣ କରୁଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସ୍ଥାନୀୟ ଅଞ୍ଚଳରେ ବାଘୁଣୀ “ସୁନ୍ଦରୀ” ବୁଲୁଥିବା କୁହାଯାଇଛି। ତେଣୁ ସୁନ୍ଦରୀ ଗାଈଟିକୁ ମାରିଥିବା ଲୋକମାନେ ସନ୍ଦେହ କରିଛନ୍ତି।

 

Leave A Reply