ସୁନ୍ଦରଗଡ଼ରେ ଭୃଣ ହତ୍ୟା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ପତ୍ରାପଡାର ଏକ ଡ୍ରେନ କଡ଼ରେ ଏକ ମୃତ ଭୃଣ ଉଦ୍ଧାର ହୋଇଛି । ଆଜି ସକାଳୁ ଏହି ଘଟଣା ସାମ୍ନାକୁ ଆସିଲା ପରେ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲିଟିଛି। ନିକଟରେ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ କ୍ଲିନିକ ରହିଥିବାବେଳେ କେହି ଜଣେ ଗର୍ଭପାତ କରାଇ ଭୃଣକୁ ସେଠାରେ ଫୋପାଡ଼ି ଦେଇଥିବା ଚର୍ଚ୍ଚା ହେଉଛି। ଭୃଣଟିର ବୟସ ପାଖପାଖି ଛଅ ମାସ ହୋଇଥିବା ଅନୁମାନ କରାଯାଉଛି । ଏହା ଏକ ଶିଶୁ ପୁତ୍ରର ଭୃଣ । ତେଣୁ କେହି ଅବିବାହିତାଙ୍କର ହୋଇଥିବା ଅନୁମାନ କରାଯାଉଛି। ଘଟଣାର ଖବର ପାଇ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ସେଠାରେ ଯାଇ ଭୃଣକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।

Comments are closed.