ମହିଳାଙ୍କ ଘର ଭିତର ବାକ୍ସରୁ ମିଳିଲା ଶିଶୁକନ୍ୟା ; ଡାହାଣୀ ସନ୍ଦେହରେ ନିସ୍ତୁକ ଛେଚିଲେ ଗ୍ରାମବାସୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ଧରଓ୍ବାଡିହି ଥାନା ଅନ୍ତର୍ଗତ ଘୁମୁଡ଼ା ଗ୍ରାମରେ ଶନିବାର ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କ ଘର ଭିତର ବାକ୍ସର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା। ପରେ ଡାହାଣୀ ସନ୍ଦେହରେ ଗ୍ରାମବାସୀମାନେ ମହିଳା ଜଣଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ସୂଚନା ଅନୁଯାୟୀ, ଶନିବାର ସକାଳେ ଶିଶୁକନ୍ୟା ଜଣଙ୍କ(୪) ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ପାଇ ନ ଥିଲେ। ପରେ ଜଣେ ମହିଳାଙ୍କ ଘର ଭିତରେ ଥିବା ଏକ ବାକ୍ସରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ବାମଡ଼ା ଡାକ୍ତାରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ଶିଶୁ ଦେହର ବିଭିନ୍ନ ସ୍ଥାନାରେ କାମୁଡ଼ା ଚିହ୍ନ ଥିବାରୁ ଡାହାଣୀ ସନ୍ଦେହରେ ସମ୍ପୃକ୍ତ ମହିଳାଙ୍କୁ ଗ୍ରାମବାସୀମାନେ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ଧରଓ୍ବାଡିହି ଥାନା ପୁଲିସ ଖବରପାଇ ମହିଳା ଜଣଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.