ସିନେ ତାରକାଙ୍କ ସହ ବିଜେପି ପ୍ରାର୍ଥୀଙ୍କ ରୋଡ଼ ସୋ

ସୁନ୍ଦରଗଡ଼ : ନିର୍ବାଚନ ପ୍ରଚାରର ଶେଷ ଦିବସରେ ତିନି ପ୍ରମୁଖ ଦଳର ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଥିବା ଜଣାପଡ଼ିଛି । ମଙ୍ଗଳବାର ସନ୍ଧ୍ୟାରେ ସିନେ ତାରକା ବାବୁ ସାନ ଓ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଂପାଦିକା ତଥା ପ୍ରବକ୍ତା ଲେଖାଶ୍ରୀ ସାମନ୍ତସିଂହାର ସ୍ଥାନୀୟ ବିଜେପି ପ୍ରାର୍ଥୀ କୁସୁମ ଟେଟେଙ୍କ ସହ ଏକ ଖୋଲା ଜିପରେ ରୋଡ଼ ସୋ କରିଥିଲେ । ସିନେ ତାରକାଙ୍କୁ ଦେଖିବା ପାଇଁ ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଥିଲା। ବାବୁସାନ ବକ୍ତବ୍ୟରେ କହିଥିଲେ ‘ସୁନ୍ଦରଗଡ଼ମାଟିରେ ପାଦ ଦେଇ ମୁ ବେଶ ଆନନ୍ଦିତ ଓ ଲୋକଙ୍କ ମଧ୍ୟରେ ଦେଖାଦେଇଥିବା ଉତ୍ସାହ ପରିବର୍ତ୍ତନର ଆଭାସ’ ବୋଲି ଆହ୍ବାନ ଦେଇଥିଲେ । ବିଜେପିର ଏହି କାର୍ୟ୍ୟକ୍ରମ ଗୁଡ଼ିକ ଜିଲା ସଭାପତି ବଟକିଶୋର ମିଶ୍ର, ପୂର୍ବତନ କାଉନସିଲର ହିମାଂଶୁ ଷଡ଼ଙ୍ଗୀ, ଯଶବନ୍ତ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ସେହିପରି ବିଜେଡ଼ି ପ୍ରାର୍ଥୀ ଯୋଗେଶ ସିଂ ହେମଗିର ଓ ସଦର ବ୍ଲକ ଅଞ୍ଚଳରେ ନିଜ ଶତାଧିକ ସମର୍ଥକଙ୍କ ସହ ପ୍ରଚାର କାର୍ଯ୍ୟ କରିଥିବା ଜଣାପଡ଼ିଛି ।

Comments are closed.