କରୋନାକୁ ହରେଇ ସୁସ୍ଥ ହୋଇ ଫେରିଲେ ୩୪ କରୋନା ଯୋଦ୍ଧା

ସୁନ୍ଦରଗଡ : କରୋନା ଲଢେଇରେ ଜିତିଲେ ୩୪ କରୋନା ଯୋଦ୍ଧା। କରୋନା ସଂକ୍ରମିତ ହୋଇ ଚିକିତ୍ସାଧିନ ଥିବା ସୁନ୍ଦରଗଡ ଜିଲାର ୩୪ ଜଣ ପୁଲିସ କର୍ମଚାରୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଜିଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହସ୍ପିଟାଲ କର୍ମଚାରୀ ସମସ୍ତଙ୍କୁ ଗୋଲାପ ଫୁଲ ଦେଇ ଶୁଭେଚ୍ଛା ଜଣାଇଥିଲେ । ଖୁବଶୀଘ୍ର ସେମାନେ ନିଜ ନିଜ କାର୍ଯ୍ୟ ଫେରିବେ ବୋଲି ସୁନ୍ଦରଗଡ଼ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି । କରୋନା ଡ୍ୟୁଟି କରିବା ବେଳେ ସମସ୍ତେ ଭୂତାଣୁ ସଂକ୍ରମିତ ହୋଇଥିଲେ ।


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍ ୮୦୬ କରୋନା ସଂକ୍ରମତି ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୬୭୬ ଆକ୍ରାନ୍ତ । ଜିଲାରେ ଆକ୍ଟିଭ୍ କେସ୍ ରହିଛି ୧୨୬ । ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

Comments are closed.