୬୫ତମ ସୁନାମୁଖି ଠାକୁରାଣୀ ମେଳା, ଗାଁ ଦାଣ୍ଡ ହେଲା ରକ୍ତରଞ୍ଜିତ

ପାଟଣା : ପାଟଣା ବ୍ଲକ୍ ମୁଖ୍ୟାଳୟ ବଡ଼ପାଟଣା ପଞ୍ଚାୟତ ସୁଆମଶାସନ ନାଏକ ସାହିର ଆରାଧ୍ୟା ଗ୍ରାମ୍ୟ ଦେବୀ ମା’ସୁନାମୁଖୀ ଠାକୁରାଣୀଙ୍କ ୬୫ତମ ବାର୍ଷିକ ମେଳା ଆଜି ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ ନିକଟରେ ଉଖୁଡା, ମୁଆଁ, କଦଳୀ, ନଡ଼ିଆ ବିଭିନ୍ନ ପ୍ରକାରର ଫଳ ଭୋଗ ଲାଗି କରାଯିବା ସହ ଗ୍ରାମ ଦାଣ୍ଡରେ କାଳିସୀମାନେ କଣ୍ଟା ପିଢ଼ାରେ ଚାଲିବା, ଶ୍ରଦ୍ଧାଳୁଙ୍କଠାରୁ ଚାବୁକ ମାଡ଼ ଖାଇବା ସହ ଗାଁ ପଡ଼ିଆରେ ୧୨ ଫୁଟ ଲମ୍ବର ନିଆଁ କୁଣ୍ଡରେ ଚାଲି ନିଜ ଭକ୍ତିର ଶକ୍ତି ପରୀକ୍ଷା ପ୍ରଦର୍ଶନ କରିଥିଲେ। ମାନସିକଧାରୀମାନେ ମନସ୍କାମନା ପୂରଣ ପାଇଁ ଗାଁ ଦାଣ୍ଡରେ ବୋଦା, ଗଞ୍ଜା ଆଦି ବଳି ପକାଇଥିଲେ। ଦେହୁରୀ ରାମ ନାଏକ ପୂଜାର୍ଚ୍ଚନା କରିଥିବା ବେଳେ ଗାହାଣି ଭାବେ ରାଜନ ପଲେଇ ଗ୍ରାମ ନାମିନ ଅଶୋକ ନାଏକ, ଜଗଦୀଶ ନାଏକ, କାଳିସୀ ଫକୀର ନାଏକ, କନ୍ଦର୍ପ ନାଏକ, ତ୍ରିଲୋଚନ ନାଏକ, ଅଜୟ ନାଏକ, ବିଚିତ୍ର ନାଏକ, ପ୍ରଶାନ୍ତ ନାଏକ, ଦୀନବନ୍ଧୁ ନାଏକ, କ୍ଷେତ୍ରମୋହନ ନାଏକ, ସହଯୋଗୀ କୈଳାସ ନାଏକ, ମାନସ ନାଏକ, ପିଣ୍ଟୁ ନାଏକ, ଶ୍ରୀକାନ୍ତ ନାଏକ ଓ ନବ ଘନ ନାଏକ ପ୍ରମୁଖଙ୍କ ସହ ନାଏକ ସାହିର ଅନ୍ୟମାନେ ଠାକୁରାଣୀ ମେଳା ପରିଚାଳନାରେ ସାମିଲ ଥିଲେ।

Comments are closed.