ନିଆରା ଭକ୍ତ ପୂର୍ଣ୍ଣଚନ୍ଦ୍ର; ନିଜ ହାତରେ କଲେ ଶ୍ରୀଜୀଉଙ୍କ ସୁନାବେଶ

ଗୁଣୁପୁର: ଯୁଗେ ଯୁଗେ ଭକ୍ତ ଭଗବାନଙ୍କର। ଯିଏ ଯେପରି ଭାବରେ ଡାକିଛି ସେ ତାଙ୍କଠାରୁ ସେଭଳି ଆଶୀର୍ବାଦ ଲାଭ କରିଛି। ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ସୁନାବେଶ ଅନୁଷ୍ଠିତ ହେବା ବିଧି ରହିଛି। ଏହି ଅବକାଶରେ ଗୁଣୁପୁର ବାବୁଲି ନଗର ନିବାସୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ନିଜ ହାତରେ ନିଜ ଆରାଧ୍ୟ କାଳିଆ ଠାକୁରଙ୍କୁ ସୁନାବେଶରେ ସୁସଜ୍ଜିତ କରିଛନ୍ତି। ପୁରୀରେ ଯେଭଳି ଠାକୁର ସୁନାବେଶ ହୁଅନ୍ତି ସେଭଳି ସମ ଭାବରେ ସୁନାରେ ବେଶ କରିଛନ୍ତି ପୂର୍ଣ୍ଣଚନ୍ଦ୍ର। ବେଶ ପ୍ରିୟ କାଳିଆ ଠାକୁରଙ୍କୁ ଆଜିର ପୁଣ୍ୟ ତିଥିରେ ବେଶ କରି ମନରେ ଚରମ ଆନନ୍ଦ ଓ ତୃପ୍ତି ମିଳିଥିବା କହିଛନ୍ତି ପୂର୍ଣ୍ଣଚନ୍ଦ୍ର।

ପ୍ରକାଶ ଥାଉକି, ଏକଦା ପକ୍ଷାଘାତ ରୋଗରେ ପୀଡିତ ହୋଇ ବଞ୍ଚିବାର ଆଶା ଛାଡ଼ି ଦେଇଥିବା ପୂର୍ଣ୍ଣଚନ୍ଦ୍ର କାଳିଆ ଠାକୁରଙ୍କ ଅଶେଷ କୃପାରୁ ଏହି ଭୟଙ୍କର ରୋଗରୁ ମୁକ୍ତ ହୋଇ ଆଜି ସୁସ୍ଥ ଓ ନିରାମୟ ଜୀବନ କାଟୁଛନ୍ତି।

Comments are closed.