ଜାପାନର ପୋଲା ଫାର୍ମାକୁ କିଣିବ ଭାରତର ସନ୍‌ ଫାର୍ମା

0

ଟୋକିଓ . – ଜାପାନର ଔଷଧ ପ୍ରସ୍ତୁତକାରୀ କମ୍ପାନୀ ପୋଲା ଫାର୍ମାକୁ ଭାରତର ସର୍ବବୃହତ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ସନ୍‌ ଫାର୍ମା କିଣିବ ବୋଲି ସୂଚନା ଦେଇଛି । ଜାପାନର ପୋଲା ଫାର୍ମାକୁ ଏହା ପ୍ରାୟ ୧୦ ଲକ୍ଷ ଆମେରିକୀୟ ଡଲାରରେ କଣିବ ବୋଲି ସୂଚନା  ଦେଇଛି । ବିଶ୍ୱ ବଜାରର ନିଜ ଉପସ୍ଥିତିକୁ ଆହୁରି ଶକ୍ତିଶାଳୀ କରିବାପାଇଁ ସନ୍‌ ଫାର୍ମା ଜାପାନର ଏହି କମ୍ପାନୀକୁ କିଣିବ ବୋଲି  ସୂଚନା ଦେଇଛି ।

ପୋଲାଫାର୍ମା ସାଧାରଣତଃ ଚର୍ମ ଓ ରୂପି ସମସ୍ୟା ପାଇଁ ଔଷଧ ପ୍ରସତୁତ କରିଥାଏ । ପୂର୍ବରୁ ସନ୍‌ ଫାର୍ମା  ସ୍ୱିଜରଲାଣ୍ଡର ଔଷଧ ପ୍ରସ୍ତୁତକାରୀ କମ୍ପାନୀ ନୋଭାର୍ଟିସ୍‌ର ୧୪ଟି ବ୍ରାଣ୍ଡକୁ କିଣିବା ସହ ୨୦୧୬ରେ ଜାପାନ ବଜାରରେ ପ୍ରବେଶ କରିଥିଲା ।

Leave A Reply