ଉତ୍ତର ପ୍ରଦେଶର ସୁଲତାନପୁରରେ ମତଦାନ ବେଳେ ସେଲଫି ନେଲେ ମତଦାତା

photo courtesy- oneondia

ସୁଲତାନପୁର .- ଉତ୍ତରପ୍ରଦେଶର ସୁଲତାନପୁରରେ ମତଦାନ ବେଳେ ଅନେକ ମତଦାତା ନିଜ ମୋବାଇଲ୍‌ଫୋନ୍‌ରେ ସେଲଫି ନେବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରିଛନ୍ତି । ଏହା ନିର୍ବାଚନ ଆଚରଣ ବିଦ୍ଧିର ଉଲ୍ଲଘଂନ ବୋଲି ଅଭିଯୋଗ ହୋଇଛି । ହିନ୍ଦୀ ଖବର ପ୍ରସାରଣ ସଂସ୍ଥା ଓ୍ୱାନ ଇଣ୍ଡିଆର ସୂଚନା ଅନୁଯାୟୀ ସାମାଜିକ ଗଣମାଧ୍ୟମରେ ଏବେ ଏପରି ଅନେକ ଫଟୋ ଭାଇରାଲ୍‌ ହୋଇଛି ।

ଏଥିରେ ସମାଜବାଦୀ ପାର୍ଟିର ଜଣେ ନେତା ବି ଅଛନ୍ତି । ସେ କାହାକୁ ଭୋଟ୍‌ ଦେଇଛନ୍ତି ତାହାକୁ ଫଟୋ ଉଠାଇ ଫେସ୍‌ବୁକ୍‌ରେ ସେୟାର କରିଛନ୍ତି । ନିଜ ସହଯୋଗୀ ଦଳକୁ ସେ ମତଦାନ କରିଥିବା ଫଟୋ ଉଠାଇ ସେୟାର କରିଛନ୍ତି । ଏହା ବ୍ୟତୀତ ଅନେକ ଲୋକ ମତଦାନର ଭିଡିଓ ରେକର୍ଡିଂ କରି ଫେସ୍‌ବୁକ୍‌ରେ ସେୟାର କରିଛନ୍ତି ।

Comments are closed.