ଶୁକ୍ର ଗ୍ରହଙ୍କ ସହ ଜଡ଼ିତ ସମସ୍ୟା ଦୂର ଓ କୃପା ପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ଜାତକରେ ଶୁକ୍ର ଗ୍ରହଙ୍କ ସ୍ଥିତି ଭଲ ରହିଲେ ବ୍ୟକ୍ତିଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁନ୍ଦରତା, ସଫଳତା ପ୍ରାପ୍ତି ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଅନ୍ୟାନ୍ୟ ଗ୍ରହଙ୍କ ଭଳି ଶୁକ୍ର ଗ୍ରହଙ୍କର ମଧ୍ୟ ଆମେ ଜୀବନ ଉପରେ ଭଲ ଓ ଖରାପ ପ୍ରଭାବ ପକାଇଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଶୁକ୍ର ଗ୍ରହ ସୁଖ-ସମୃଦ୍ଧିର କାରକ ବୋଲି କୁହାଯାଏ। ସ୍ୱାସ୍ଥ୍ୟ ଓ ସୁନ୍ଦରତା ମଧ୍ୟ ଶୁକ୍ର ଗ୍ରହଙ୍କ ସହ ସମ୍ବନ୍ଧିତ ଅଟେ। ତେଣୁ ଜାତକରେ ଶୁକ୍ରଙ୍କ ସ୍ଥିତି ଉତ୍ତମ ରହିବା ପାଇଁ ଓ ଶୁଭଫଳ ପ୍ରାପ୍ତି ପାଇଁ ଆମକୁ କିଛି ସରଳ ଉପାୟ କରିବାକୁ ପଡ଼ିଥାଏ। ଜାଣନ୍ତୁ ….
ଶୁକ୍ର ଦୋଷ ଦୂର ପାଇଁ –
ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ। ଏପରି କଲେ ଶୁକ୍ରଙ୍କର ଦୋଷ ଦୂର ହୋଇଥାଏ। ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ। ଧନସମ୍ପତ୍ତି ଜନିତ ସମସ୍ୟା ଦୂର ହୋଇଥାଏ।
ଶୁକ୍ରଙ୍କର କୃପା ପ୍ରାପ୍ତି ପାଇଁ ଘରଦ୍ୱାର ସର୍ବଦା ସଫାସୁତୁରା ରଖନ୍ତୁ। ଘର ସଫା ନ ରହିଲେ ଶୁକ୍ରଙ୍କର କୁପ୍ରଭାବ ପଡ଼ିଥାଏ। ତେଣୁ ଶୁକ୍ରଙ୍କୁ ପ୍ରସନ୍ନ କରିବା ପାଇଁ ଘରଦ୍ୱାର ସଫା ରଖିବା ନିତ୍ୟାନ୍ତ ଆବଶ୍ୟକ।
ଧଳା ରଙ୍ଗ –
ଶୁକ୍ରବାର ଦିନ ଶୁକ୍ରଙ୍କର ପ୍ରିୟ ରଙ୍ଗ ଧଳା ରଙ୍ଗ ବସ୍ତୁ ଓ ପୋଷାକର ବ୍ୟବହାର କରନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ଗାଈଙ୍କ ପାଇଁ ଭୋଜନ –
ଶୁକ୍ର ଗ୍ରହଙ୍କ କୃପା ପ୍ରାପ୍ତି ପାଇଁ ନିଜେ ଖାଇବା ପୂର୍ବରୁ ସେହି ଖାଦ୍ୟରୁ କିଛି ଗାଈ, କାଉ, କୁକୁରଙ୍କୁ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ଶୁକ୍ରଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ଧଳା ରଙ୍ଗର ବସ୍ତୁ ଦାନ କରନ୍ତୁ –
ଶୁକ୍ରବାର ଦିନ ଧଳା ରଙ୍ଗର ବସ୍ତୁ ଦାନ କରନ୍ତୁ। ଏପରି କରିବା ଦ୍ୱାରା ଶୁକ୍ରଙ୍କର କୃପା ଜୀବନରେ ସର୍ବଦା ରହିଥାଏ।

Comments
Loading...