ସୁକିନ୍ଦାରେ ଯୁବ ପ୍ରତିଭାଙ୍କୁ ପ୍ରଶିକ୍ଷିତ କରୁଛି ଟାଟା ଷ୍ଟିଲ ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର

ଦିଲ୍ଲୀ ଫୁଟବଲ କ୍ଲବ୍‍ ଦ୍ୱାରା ଦୁଇ ପ୍ରଶିକ୍ଷାର୍ଥୀ ମନୋନୀତ

ସୁକିନ୍ଦା : କ୍ରୀଡ଼ା ସର୍ବଦା ‘ଟାଟା ଜୀବନ ଶୈଳୀ’ ର ଏକ ଅଭିନ୍ନ ଅଙ୍ଗ ହୋଇ ରହିଛି। କ୍ରୀଡ଼ାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଥିବା ସ୍ୱପ୍ନକୁ ସାକାର କରିବା ପାଇଁ ଟାଟା ଷ୍ଟିଲ ବିଭିନ୍ନ କ୍ରୀଡ଼ା ସହ ଜଡ଼ିତ ରହି କ୍ରୀଡ଼ା ଅନୁଶାସନ, ପ୍ରତିଭାଙ୍କ ବିକାଶ ଓ ଶହେ ବର୍ଷ ପୁରୁଣା ଜନଜାତି କ୍ରୀଡ଼ାର ସଂରକ୍ଷଣରେ ସହଯୋଗ କରୁଛି। ଏହାର କାର୍ଯ୍ୟକ୍ଷେତ୍ର ଓ ଭବିଷ୍ୟତ ପ୍ରକଳ୍ପ ଅଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ଓ ଯୁବ ପ୍ରତିଭାମାନଙ୍କ ସହାୟତା ପାଇଁ କମ୍ପାନୀ ପକ୍ଷରୁ ଅନେକ ପଦକ୍ଷେପମାନ ନିଆଯାଉଛି।

୨୦୧୪ ମସିହାରେ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍‍ଆରଡିଏସ୍‍) ସୁକିନ୍ଦା ଶାଖା ପକ୍ଷରୁ ଟାଟା ଷ୍ଟିଲ କର୍ପୋରେଟ୍‍ ସାମାଜିକ ଦାୟିତ୍ୱବୋଧ (ସିଏସ୍‍ଆର) ଅନ୍ତର୍ଗତ ସ୍ଥାନୀୟ ଅଞ୍ଚଳରେ କ୍ରୀଡ଼ା ସଂସ୍କୃତିର ପ୍ରସାର ସହିତ ଦୁର୍ଗମ ଅଞ୍ଚଳର ରହୁଥିବା ଯୁବ ପ୍ରତିଭାଙ୍କ ଚିହ୍ନଟ ପାଇଁ ଏକ ପଦକ୍ଷେପ ନିଆଯାଇଥିଲା। ଯାହାଫଳରେ ସେମାନେବିଭିନ୍ନ କ୍ରୀଡ଼ା ଅନୁଷ୍ଠାନରେ ସାମିଲ ହେବା ସହିତ ରାଜ୍ୟ ଓ ରାଷ୍ଟ୍ରୀୟ ଦଳର ପ୍ରତିନିଧିତ୍ୱ କରିପାରିବେ। ୨୦୧୪ ମସିହାରେ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍‍ଆରଡିଏସ୍‍) ପକ୍ଷରୁ ସୁକିନ୍ଦା ଅଞ୍ଚଳର ୧୦୦ ଜଣ ବାଳକ (ପ୍ରତି ଶିବିରରେ ୨୫ ଜଣ) ଙ୍କୁ ନେଇ ଗୋରାମିଆ, କଲରଙ୍ଗିଅତା, ମଲହାରସାହି ଓ କାକୁଡ଼ିଆଠାରେ୧୦ ବର୍ଷରୁ କମ୍‍ ବୟସର ପିଲାମାନଙ୍କ ପାଇଁ ୪ଟି ଫୁଟବଲପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଥିଲା। ସ୍ଥାନୀୟ ଲୋକମାନଙ୍କ ଆଗ୍ରହ ଓ ଦାବିକୁ ଦୃଷ୍ଟିରେ ରଖି ୨୦୧୯ରେ ୧୦୦ ଜଣ ବାଳକ ଓ ବାଳିକାମାନଙ୍କୁ ନେଇ ୧୫ ବର୍ଷ ବୟସରୁ କମ୍‍ ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ରରେ ସାମିଲ କରାଯାଇଥିଲା। ବର୍ତ୍ତମାନ ଉକ୍ତ ୪ଟି କେନ୍ଦ୍ରରେ ସୁକିନ୍ଦା ଅଞ୍ଚଳର ଜନଜାତି ସମ୍ପ୍ରଦାୟର ମୋଟ ୨୦୦ ଜଣ ବାଳକ ଓ ବାଳିକାମାନେ ପ୍ରଶିକ୍ଷଣ ହାସଲ କରୁଛନ୍ତି। ଏହାମଧ୍ୟରୁ ଉଭୟ ମଲହାରସାହି ଓ କାକୁଡ଼ିଆକେନ୍ଦ୍ରରେ ୨୫ ଜଣ ବାଳକ ଓ ୨୫ ଜଣବାଳିକାମାନେପ୍ରଶିକ୍ଷଣ ହାସଲ କରୁଥିବାବେଳେ ଗୋରାମିଆ ଏବଂ କଲରଙ୍ଗିଅତାର ଦୁଇଟି ଯାକ କେନ୍ଦ୍ରରେ ୫୦ ଜଣ ଲେଖାଏଁ ବାଳକମାନେ ପ୍ରଶିକ୍ଷଣ ନେଉଛନ୍ତି।

ଏହି ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ଗ୍ରାମୀଣ ପିଲାମାନଙ୍କ ଫୁଟବଲ ଦକ୍ଷତାର ବିକାଶ କରିବା ସହିତ ସେମାନଙ୍କୁ ଦୈନିକ ଜୀବନରେ ଅନୁଶାସିତ ହେବାର ଶିକ୍ଷା ମଧ୍ୟ ପ୍ରଦାନ କରୁଛି। ପ୍ରଶିକ୍ଷଣ ବ୍ୟତୀତ ଯୁବ କ୍ରୀଡ଼ାବିତ୍‍ଙ୍କୁ ସୁସ୍ଥ ଆହାର ଦିଆଯାଉଛି, ଯାହାଫଳରେ ସେମାନେ ଖେଳିବା ପାଇଁ ଶାରୀରିକ ରୂପେ ପ୍ରସ୍ତୁତ ରହିବେ। ପିଲାମାନଙ୍କ ପାଠପଢାରେ କୌଣସି ପ୍ରକାର ବାଧା ନ ଦେଇ ସପ୍ତାହକୁ ୫ ଦିନ ବିଦ୍ୟାଳୟ ସମୟ ପୂର୍ବରୁ ଓ ପରେ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ବିଦ୍ୟାଳୟରେ ନିୟମିତ ଭାବେ ପିଲାମାନଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବା ଦାୟିତ୍ୱ ପ୍ରତ୍ୟେକ କେନ୍ଦ୍ରର କୋଚ୍‍ମାନଙ୍କ ଉପରେ ନ୍ୟସ୍ତ କରାଯାଇଛି।

ଜାମସେଦପୁରଠାରେ ପ୍ରତ୍ୟେକ ବର୍ଷ ପ୍ରସ୍ତୁତି ଓ ପ୍ରତିଭା ଅନ୍ୱେଷଣ ଶିବିରରେ ଫୁଟବଲରେ ପ୍ରଶିକ୍ଷଣ ନେଉଥିବା ପ୍ରତ୍ୟେକ ପିଲାମାନେ ଅଂଶଗ୍ରହଣ କରିବା ସହିତ ଟାଟା ଫୁଟବଲ ଏକାଡେମୀରେ ସ୍ଥାନ ପାଇବା ପାଇଁ ପ୍ରତିଦ୍ୱନ୍ଦିତା କରିଥାନ୍ତି। ଏହାସହିତ ପିଲାମାନଙ୍କୁ ଦେଶର ଅନ୍ୟ ପ୍ରତିଷ୍ଠିତ ଫୁଟବଲ ଏକାଡେମୀରେ ସାମିଲ କରିବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି। ୨୦୧୮ ମସିହା ଏପ୍ରିଲ ମାସରେ ଗୋରାମିଆ ଗ୍ରାମର ସୁରସିଂ ମୁଣ୍ଡା ଓ କଲରଙ୍ଗିଅତା ଗ୍ରାମର ଭୋକୁଲୁ ମାଝି ନାମକ ଦୁଇ ଜଣ ବାଳକ ନୂଆଦିଲ୍ଲୀସ୍ଥିତ ଆବାସିକ ଫୁଟବଲ ଏକାଡେମୀ ସହିତ ବିଦ୍ୟାଳୟ ସୁବିଧା ଥିବା ସୁଦେବ ଫୁଟବଲ ଏକାଡେମୀ ପାଇଁ ଚୟନ ହୋଇଥିଲେ। ବର୍ତ୍ତମାନ ଉଭୟ ବାଳକ ସୁଦେବ ଫୁଟବଲ ଏକାଡେମୀରେ ଫୁଟବଲର କୌଶଳ ସହିତ ବିଦ୍ୟାଳୟରେ ଶିକ୍ଷା ମଧ୍ୟ ହାସଲ କରୁଛନ୍ତି। ଏହି ଦୁଇ ଯୁବ ପ୍ରତିଭାଙ୍କ ଅଭିଭାବକ ଓ କୋଚ୍‍ କହିଛନ୍ତି ଯେ, “ସୁଦେବ ଏକାଡେମୀ ପାଇଁ ଆମ ପିଲାମାନେ ଚୟନ ହେବା ସୌଭାଗ୍ୟର ବିଷୟ। ଏଠାରେ ସେମାନଙ୍କ ଦକ୍ଷତାର ବିକାଶ ହେବା ସହିତ ତାଙ୍କୁ ଆବଶ୍ୟକ ଉପକରଣ ସହିତ ସଠିକ୍‍ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ହାସଲ କରିବାର ସୁଯୋଗ ମିଳିଛି। ଓଡ଼ିଶାର ଯୁବବର୍ଗଙ୍କ ମଧ୍ୟରେ କ୍ରୀଡ଼ା ଭାବନା ସୃଷ୍ଟି ମାଧ୍ୟମରେ ଟାଟା ଷ୍ଟିଲ ସେମାନଙ୍କୁ ଜୀବନର ପ୍ରତ୍ୟେକ ମାର୍ଗରେ ଉତ୍କର୍ଷ ହାସଲରେ ସହଯୋଗ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ପ୍ରତିପାଦିତ କରିଛି।

 

 

 

 

 

 

 

Comments are closed.