ଯବାନଙ୍କ ଗୁଳିରେ ୮ ନକ୍ସଲ ମୃତ

0

ସୁକମା: ଛତିଶଗଡ ସୁକମା ଜିଲାରେ ୨୦୬ କୋବ୍ରା ବାଟାଲିୟନ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।  ଯବାନଙ୍କ ଗୁଳିରେ ୭ରୁ ୮ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଥିବା ବେଳେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ଘଟଣାସ୍ଥଳରୁ ବନ୍ଧୁକ ଓ ଗୋଳାବାରୁଦ ଜବତ ହୋଇଛି । ଖବର ଲେକା ହେଲା ବେଳକୁ ଘଟଣାସ୍ଥଳରେ ଗୁଳିବିନିମୟ ଜାରି ରହିଥିଲା।

ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୋମବାର ସକାଳୁ ଡିଆରଜି ଓ ପୁଲିସର ଏକ ଦଳ ମିଳିତ ଭାବରେ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ହଠାତ୍ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ । ଏହି ସମୟର ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଯବାନଙ୍କ ପାଲଟା ଆକ୍ରମଣରେ ୮ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି ।

Leave A Reply