ସୁଜି ରସଗୋଲା

0

ଆବଶ୍ୟକ ସାମଗ୍ରୀ:
ସୁଜି – ଆବଶ୍ୟକ ଅନୁଯାୟୀ
ଦେଶୀ ଘିଅ – ୨ଚାମଚ
ଚିନି – ଆବଶ୍ୟକ ଅନୁଯାୟୀ
ଡ୍ରାଏ-ଫ୍ରୁଟସ୍ – ଅଧା କପ
ପାଣି – ଆବଶ୍ୟକ ଅନୁଯାୟୀ
ସଜାଇବା ପାଇଁ ଆବଶ୍ୟକ ସାମଗ୍ରୀ:
ପେସ୍ତା, କେସରପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ଗ୍ୟାସ ଲଗାଇ ଅଳ୍ପ ଆଞ୍ଚରେ କଡେଇ ବସାନ୍ତୁ। ସେଥିରେ କ୍ଷୀର ଓ ଚିନି ପକାଇ ଫୁଟାନ୍ତୁ। କ୍ଷୀରକୁ ଏକ ଚାମଚରେ ମଝିରେ ମଝିରେ ଘାଣ୍ଟନ୍ତୁ। ତା’ପରେ କ୍ଷୀରରେ ସୁଜି ପକାଇ ଭଲ ତାକୁ ଆସ୍ତେ ଆସ୍ତେ ଘାଣ୍ଟି ଦିଅନ୍ତୁ। ସୁଜି ଅଳ୍ପ ମୋଟା ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ହାତରେ ଘିଅ ଲଗାଇ ସୁଜିରେ ଛୋଟ ଛୋଟ ଗୋଲ ଆକାର କରି ଚେପଟା କରି ଦିଅନ୍ତୁ। ତାପରେ ସେଥିରେ ଡ୍ରାଏ-ଫ୍ରୁଟସ୍ ଭର୍ତ୍ତି କରି ଗୋଲ ବଲ ପରି କରି ଦିଅନ୍ତୁ।
ଗ୍ୟାସରେ ଏକ କଡେଇ ବସାଇ ସେଥିରେ ପାଣି ଫୁଟାନ୍ତୁ। ପାଣି ଫୁଟୁଥିବା ବେଳେ ସେଥିରେ ଚିନି ପକାଇ ସିରା ପ୍ରସ୍ତୁତ କରନ୍ତୁ। ସିରାରେ ପୂର୍ବରୁ ପ୍ରସ୍ତୁତ କରିଥିବା ବଲକୁ ୫ମିନିଟ ପକାଇ ଦିଅନ୍ତୁ। ତାପରେ ଗ୍ୟାସ ବନ୍ଦ କରି ବଲ ଗୁଡିକ ପାତ୍ରକୁ କାଢି ଦିଅନ୍ତୁ।
ପ୍ରସ୍ତୁତ ହୋଇଗଲା ଆପଣଙ୍କ ସୁଜି ରସଗୋଲ। ରସଗୋଲା ଉପରେ କଟା ହୋଇଥିବା ପେସ୍ତା ଓ କେସର ପକାଇ ସଜାଇ ଦିଅନ୍ତୁ। ଏବଂ ଗରମାଗରମ ପରଷି ଦିଅନ୍ତୁ।

Leave A Reply