ସୁଜି ମକା ଛଣା

ଖିର – ୧କପ
ସୁଜି – ୧କପ
ମକା ମଞ୍ଜି – ୩ ଚାମଚ
କଞ୍ଚାଲଙ୍କା – ୨ ରୁ ୩ଟି
ଶୁଖିଲା ଲଙ୍କା – ୨ଟି
ଲୁଣ – ଆବଶ୍ୟକ ଅନୁଯାୟୀ
ତେଲ – ଆବଶ୍ୟକ ଅନୁଯାୟୀ
ପାଉଁରୁଟି ମାଟିଆ ଅଂଶର ଗୁଣ୍ଡ – ୩ ଚାମଚ
ଗୋଲମରିଚ ଗୁଣ୍ଡ – ଅଳ୍ପ
ମଇଦା – ଅଧ କପ
ଧନିଆପତ୍ର – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡେଇରେ ଅଳ୍ପ ତେଲ ଗରମ କରନ୍ତୁ । ଏବେ ସୁଜିକୁ ଭଲ ଭାବେ ଭାଜି ଦିଅନ୍ତୁ । ଭାଜିବା ପରେ ଏଥିରେ ଖିର ପକାଇ ମକା ମଞ୍ଜି ପକାନ୍ତୁ । କିଛି ସମୟ ପରେ ଶୁଖିଲା ଲଙ୍କା, କଞ୍ଚା ଲଙ୍କା, ଲୁଣ, ଧନିଆପତ୍ର ପକାନ୍ତୁ । ଏହି ମିଶ୍ରଣକୁ ଏକ ପାତ୍ରକୁ କାଢି ଭଲ ଭାବେ ଥଣ୍ଡା କରନ୍ତୁ । ଏଥିରେ ବଲ ଆକୃତିର ଛୋଟ ଛୋଟ ଗୁଳା କରନ୍ତୁ । ଏବେ ଆଉ ଏକ ପାତ୍ରରେ ମଇଦାରେ ଅଳ୍ପ ପାଣି ପକାଇ , ଗୋଲମରିଚ ଗୁଣ୍ଡ ମିଶାଇ ପତଳା ଆଣ ପ୍ରସ୍ତୁତ କରନ୍ତୁ । ଏବେ କଡେଇରେ ପୁଣି ତେଲ ଗରମ କରନ୍ତୁ । ପୂର୍ବ ପ୍ରସ୍ତୁତ ବଲ୍‌ କୁ ଏହି ଘୋଳରେ ବୁଡାଇ ପାଉଁରୁଟି ଗୁଣ୍ଡରେ ବୁଡାଇ ତେଲରେ ଭଲ ଭାବେ ଛାଣି ଦିଅନ୍ତୁ । ଏହାକୁ ଏକ ପାତ୍ରକୁ କାଢି ସସ ସହ ଖାଆନ୍ତୁ । ପ୍ରସ୍ତୁତ ହୋଇଗଲା ସୁଜି ମକା ଛଣା ।

 

 

Comments are closed.