ବିଲେଇ ପାଇଁ ଆତ୍ମହତ୍ୟା

ଗାଜିୟାବାଦ : ଗାଜିୟାବାଦର ଇନ୍ଦିରାପୁରମ ଥାନା ଅନ୍ତର୍ଗତ ନିକଟବର୍ତୀ ଅଂଚଳରେ ଏକ ଘରୁ ଜଣେ ୧୪ ବର୍ଷ ନାବାଳକର ଆତ୍ମହତ୍ୟା କରିଥିବା ଶୁକ୍ରବାର ଜଣାପଡ଼ିଛି। ଆତ୍ମହତ୍ୟା କରିବାର କାରଣ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେବ। ଆତ୍ମହତ୍ୟା କରିଥିବା ନାବାଳକଟି କିଛି ଦିନ ପୂର୍ବରୁ ନିଜ ପରିଜନଙ୍କ ନିକଟରେ ଏକ ବିଲେଇ ଛୁଆ ପୋଷିବାକୁ ଜିଦି କରୁଥିଲା। ମାତ୍ର ତା’ର ପରିବାର ଲୋକେ ଏହି କଥା ନମାନିବାରୁ ସେ କ୍ରୋଧରେ ଆସି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ଘଟଣାରୁ ପ୍ରକାଶ ଯେ ଉକ୍ତ ନାବାଳକ ବିଲେଇ ଛୁଆ ପୋଷିବାକୁ ଜିଦ କରି ବସିଥିଲା। ମାତ୍ର ତା’ର ଘର ଲୋକେ ଆଦୌ ରାଜି ନ ହେବାରୁ ସେ ହଠାତ ଯାଇ ଘରର କବାଟ ବନ୍ଦ କରି ଦେଇଥିଲା। ଘର ଲୋକେ ବହୁ ବାର କବାଟ ଖୋଲିବାକୁ ପ୍ରୟାସ କରିବା ପରେ ଝୁଲନ୍ତା ଅବସ୍ଥାରେ ପୁଅର ମୃତଦେହ ଦେଖିଥିଲେ। ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.