ମୋବାଇଲ ଟାୱାରରେ ଚଢି ଆତ୍ମହତ୍ୟା କଲେ ଯୁବକ

କନ୍ନୌଜ : ଉତରପ୍ରଦେଶର କନ୍ନୌଜରେ ଜଣେ ଯୁବକ ୧୬୦ ଫୁଟ ଉଚ୍ଚତା ବିଶିଷ୍ଟ ମୋବାଇଲ ଟାୱାରରେ ଚଢି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଉକ୍ତ ଯୁବକ ଜଣଙ୍କ ବିଶୁନଗଡ଼ର ଖରୌଲୀ ଗାଁର ବାସିନ୍ଦା। ଗାଁଲୋକେ ଘଟଣା ବିଷୟରେ ଜାଣି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ବହୁ ଚେଷ୍ଟାରେ ଟାୱାର ଉପରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।
ଘଟଣା କ୍ରମେ ୧୬୦ ଫୁଟ ଉଚ୍ଚତା ବିଶିଷ୍ଟ ମୋବାଇଲ ଟାୱାରରେ ମୃତଦେହ ଝୁଲୁଥିବାର ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ଦେଖୁ ଦେଖୁ ଗ୍ରାମର ଲୋକେ ସେହି ସ୍ଥାନରେ ଏକାଠି ହୋଇ ଯାଇଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଂଚିବା ସହ ସେମାନେ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ପ୍ରାର୍ଥମିକ ତଦନ୍ତରୁ ଜଣାପଡ଼ିଛି ଅନ୍ୟ କିଛି ଯୁବକ ଉକ୍ତ ଯୁବକଙ୍କ ଠାରୁ ମୋବାଇଲ ଛଡ଼ାଇନେବାରୁ ସେ ରାଗି ଯାଇ ଏଭଳି ଆତ୍ମହତ୍ୟା କରିଛନ୍ତି। ଗାଁଲୋକଙ୍କ କହିବା ଅନୁଯାୟୀ ଯୁବକ ଜଣଙ୍କ ୩ ଥର ମାଆ କହି ପାଟି କରିଥିଲେ। ତାଙ୍କ ପାଟି ଶୁଣି ଗାଁ ଲୋକେ ଘଟଣାସ୍ଥଳକୁ ଯାଇଥିଲେ। ମାତ୍ର ସେତେବେଳକୁ ଯୁବକଙ୍କ ମୃତ୍ୟୁ ହୋଇ ସାରିଥିଲା।

Comments are closed.