ଚାଷୀ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ବରକାନୀ ଗାଁରେ ଶୁକ୍ରବାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲ ନଷ୍ଟ ହେବାରୁ ସେ ଜୀବନ ହାରିଥିବା ପରିବାର ଲୋକେ କହିଛନ୍ତି। ସୂଚନା ଅନୁଯାୟୀ, ଚାଷୀ ଜଣକ ୪ ଏକର ଜମିରେ ଚାଷ କରିଥିଲେ। ମାତ୍ର ବର୍ଷାର ଅଭାବରୁ ଚଳିତ ବର୍ଷ ବର୍ଷା ଅଭାବରୁ ସମସ୍ତ ଫସଲ ନଷ୍ଟ ହୋଇଯାଇଥିଲା। ଜଳ ସଙ୍କଟ କାରଣରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସହ ଚାଷୀ ଜଣକ ଏହି କାରଣରୁ କିଛି ଦିନ ହେବ ଚିନ୍ତାରେ ଥିଲେ। ଫଳରେ ଚାଷୀ ଜଣକ ଗୁରୁବାର ନିଜର ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Comments are closed.