ବିଷ ପିଇ ଚାଷୀ ମୃତ

0

କୋରାପୁଟ : କୋରାପୁଟ ଜିଲା ପଟାଙ୍ଗି ଥାନା ଅନ୍ତର୍ଗତ ମାଳିଗୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଲୁକୁନାଥ ପାଙ୍ଗି (୫୭)।
ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ସେ ନିଜ ଚାଷ ଜମି ନିକଟକୁ ଯାଇଥିଲେ। ସେଠାରେ ଉଜୁଡ଼ା ଫସଲକୁ ଦେଖି ସେ କୀଟନାଶକ ଔଷଧ ପିଇ ଦେଇଥିଲେ। ଏହା ପରେ ସେ ଘରକୁ ଆସି କୀଟନାଶକ ପିଇଥିବା କଥା ନିଜ ସ୍ତ୍ରୀ ପଦ୍ମିତାଙ୍କୁ କହିଥିଲେ। ଏହା ଶୁଣି ତାଙ୍କ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାକୁ ନେଇଥିଲେ। ଡ଼ାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି।
ଅତ୍ୟଧିକ ଋଣଭାର, ଚାଷରେ କ୍ଷତି ଓ ପରିବାର ଚଳାଇବାରେ ଅସୁବିଧା ହେଉଥିବାରୁ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇଦେଇଥିବା ଗାଁ ଲୋକେ କହିଛନ୍ତି।

Leave A Reply