ଫାଶୀ ଲଗାଇ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତରେ ଥିବା ପଲାଣଘାଟି ହାଇସ୍କୁଲର ଜଣେ ଛାତ୍ର ବୁଧବାର ରାତିରେ  ଭଡାଘରେ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପଲାଣଘାଟି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଥିବା ମାନସ ମହାନ୍ତଙ୍କ ନବମ ଶ୍ରେଣୀରେ ପଢ଼ୁଥିବା ପୁଅଟି ମୋହିତ କୁମାର ମହାନ୍ତ (୧୪) ପଲାଣଘାଟି ଗ୍ରାମର ଭଡ଼ା ଘରେ ଆତ୍ମହତ୍ୟା କରିଛି। ମୋହିତର ବାପା ମାନସ କୁମାର ମହାନ୍ତ ଯିଏକି ପଳାଣଘାଟି ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଅଛନ୍ତି। ତାଙ୍କ ମୂଳ ଘର ରାଇରଙ୍ଗପୁର ଅଞ୍ଚଳର କୁସୁମୀ ଗ୍ରାମରେ ବୋଲି ଜଣାପଡିଛି। ସେ ପଲାଣଘାଟି ଗ୍ରାମରେ ଜଣଙ୍କ ଘରେ ଭଡା ନେଇ ରହୁଥିଲେ। ମୋହିତର ବାପା ଓ ମା’ ତାଙ୍କ ଗାଁକୁ ଯାଇଥିଲେ। ଭାଇ ଓ ଭଉଣୀ ପଲାଣଘାଟିରେ ରହୁଥିଲେ। ତେବେ ଆତ୍ମହତ୍ୟାର କାରଣ ଜଣା ପଡି ନଥିବା ବେଳେ ମୋବାଇଲ ପାଇଁ ଭାଇ-ଭଉଣୀ ମଧ୍ୟରେ ଝଗଡା ହୋଇଥିବା ଶୁଣିବାକୁ ମିଳୁଛି। ଘଟଗାଁ ପୁଲିସ ମୃତକର ବ୍ୟବଚ୍ଛେଦ ପାଇଁ ତାଙ୍କ ବାପା ଓ ମା’ ପଳାଣଘାଟି ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିବା ସୂଚନା ମିଳିଛି।

Comments are closed.