କନିଅର ମଞ୍ଜି ଖାଇ ଆଦିବାସୀ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଖୁଦପୁଟୁଳି ଗ୍ରାମର ଦୁର୍ଯ୍ୟୋଧନ ମୁଣ୍ଡାଙ୍କ ପତ୍ନୀ ସମ୍ଭାରୀ ମୁଣ୍ଡା(୫୫) କନିଅର ମଞ୍ଜି ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସମ୍ଭାରୀଙ୍କର ଉଚ୍ଚ ରକ୍ତଚାପ ଥିବା ବେଳେ ଗତକାଲି ସମ୍ଭାରୀ ମଦ ପିଇବାରୁ ସ୍ୱାମୀ ଦୁର୍ଯ୍ୟୋଧନ ତାଙ୍କୁ ମଦ ଆଉ ନ ପିଇବାକୁ ପତ୍ନୀକୁ ତାଗିଦ କରିଥିଲେ । ସ୍ୱାମୀ ତାଗିଦ କରିବା ଘଟଣାକୁ ସହଜରେ ନ ନେଇ ସମ୍ଭାରୀ କନିଅର ମଞ୍ଜି ବାଟି ପିଇଦେଇ ଥିବା ଗତରାତିରେ ଜଣାପଡିଥିଲା । ଗୁରୁତର ଅବସ୍ଥାରେ ସମ୍ଭାରୀକୁ ପାଟଣା ମେଡିକାଲ ନିଆଯାଉଥିବା ସମୟରେ ସମ୍ଭାରୀଙ୍କର ମୃତ୍ୟୁ ଘଟିଥିବାରୁ ଡାକ୍ତର ସମ୍ଭାରୀଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ରବିବାର ପାଟଣା ମେଡିକାଲରେ ସମ୍ଭାରୀଙ୍କ ଶବ ବ୍ୟବଛେଦ କରାଇବା ପରେ ମରଶରୀର ତାଙ୍କ ସ୍ୱାମୀ ଦୁର୍ଯ୍ୟୋଧନ ମୁଣ୍ଡାଙ୍କୁ ହସ୍ତାନ୍ତର କରିଛନ୍ତି ।

Comments are closed.