ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ତଣ୍ଡ ଶାଳ ଜଙ୍ଗଲରୁ ମଙ୍ଗଳବାର ଜଣେ ଯୁବକଙ୍କ ଝୁଳନ୍ତା ମୃତଦେହ ସାହାରପଡା ଫାଣ୍ଡି ଅଧିକାରୀ ମନୋହର ମହାନ୍ତ ଉଦ୍ଧାର କରି ପାଟଣାରେ ମୃତଦେହ ବ୍ୟବଚ୍ଛେଦ କରାଇଛନ୍ତି । ମୃତ ଯୁବକ ହେଲେ ଦୁବେଇପେଣ୍ଠ ଗ୍ରାମର ଅଶୋକ ନାଏକ(୨୪) । ସେ ନିଜ ପିନ୍ଧା ପେଣ୍ଟକୁ ବେକରେ ବାନ୍ଧି ଗଛରେ ଝୁଲି ପଡିଥିବା ଦେଖାଯାଇଛି।
ଗତକାଲି ମୃତକ ଜଣଙ୍କ ନିଜ ମାଆଙ୍କ ସହ ଯଶିପୁର ଯାଇ ସେଠାରୁ ଏକୁଟିଆ ଘରକୁ ଫେରି ଆସିଥିଲେ । ତେବେ ସେ ଘରେ ପହଞ୍ଚି ନଥିବା ବେଳେ ଖୋଜାଖୋଜି କରିବା ସମୟରେ ତଣ୍ଡ ଗ୍ରାମ ଶାଳ ଜଙ୍ଗଲରେ ତାଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ମୃତ୍ୟୁର ସଠିକ୍ କାରଣ ଜଣା ପଡିନଥିବା ବେଳେ ଆତ୍ମହତ୍ୟା କରିଥିବା ପୁଲିସ୍ ସନ୍ଦେହ କରୁଛି।

Comments are closed.