କାଜୁ ଜଙ୍ଗଲ ନିକଟରୁ ମିଳିଲା ଝୁଲନ୍ତା ମୃତଦେହ

ବେଗୁନିଆ: ବେଗୁନିଆ ଥାନା ଦେଉଳି ପଞ୍ଚାୟତ ଅନ୍ତର୍ଗତ ସାମନ୍ତରାପୁର ଗ୍ରାମର ଜଣେ ଯୁବକ ଦୁଇଦିନ ତଳେ ଗାଡି ଚଳାଇବାକୁ ଯାଉଛି କହି ଘରୁ ବାହାରି ଯାଇଥିଲା। ଆଜି ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରୁ ତାର ମୃତ ଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପରିବାର ସହିତ ଗ୍ରାମବାସୀଙ୍କୁ ସନ୍ଦେହ ଘେରରେ ପକାଇଛି। ପ୍ରକୃତରେ ସେ ଆତ୍ମହତ୍ୟା କରିଛି କିମ୍ବା ତାକୁ କେହି ହତ୍ୟା କରି ଗଛ ଡାଳରେ ଝୁଲାଇ ଦେଇଛି ତାହା ତଦନ୍ତ ସାପେକ୍ଷ ରହିଛି। ସମ୍ପୃକ୍ତ ଗ୍ରାମର ବିଜୟ ମାଝୀଙ୍କ ପୁଅ ପିଣ୍ଟୁ ମାଝୀ(୨୩)ଦୁଇଦିନ ତଳେ ଗାଡି ଚଳାଇବାକୁ ଯାଉଛି କହି ଘରୁ ବାହାରିଯାଇଥିଲା। କିନ୍ତୁ ଆଜି ଗ୍ରାମର ଲୋକମାନେ କାଜୁ ଜଙ୍ଗଲରେ ପିଣ୍ଟୁ ନିଜ ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କରିଥିବାର ଦେଖିବାକୁ ପାଇବା ପରେ ତାଙ୍କ ଘରେ ଖବର ଦେଇଥିଲେ। ବାପା ଘଟଣାସ୍ଥଳକୁ ଯାଇ ଦେଖିବା ପରେ ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ।

 

କିନ୍ତୁ ପ୍ରକୃତରେ ସେ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ କେହି ମାରିଦେଇ ଆତ୍ମହତ୍ୟାର ରୂପ ଦେବା ପାଇଁ ସେଠାରେ ଗାମୁଛା ବାନ୍ଧି ଝୁଲାଇ ଦେଇଛି ତାହା ଏବେ ସନ୍ଦେହ ଘେରରେ ରହିଛି। ତେଣୁ ତା’ର ନିରପେକ୍ଷ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି । ପୋଲିସ ଶବ ଜବତ କରି ୧/୨୧ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

Comments are closed.