ଫାଶି ଲଗାଇ ବୃଦ୍ଧାଙ୍କ ଆତ୍ମହତ୍ୟା ଅଭିଯୋଗ

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବଡ ମସିଣାବିଲା ପଞ୍ଚାୟତ ପାଣୁପଶି ଗ୍ରାମରେ ଗତରାତିରେ ଜଣେ ବୃଦ୍ଧା ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପାଣୁପଶି ଗ୍ରାମର ସ୍ଵର୍ଗତ ସୁରେନ୍ଦ୍ର ମୁଣ୍ଡାଙ୍କ ପତ୍ନୀ ଚୁଳୁବା ମୁଣ୍ଡା(୬୨) ଘର ସାମ୍ନା ଆମ୍ବ ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଚୁଳୁବା ମୁଣ୍ଡାଙ୍କ ପୁଅ ତାଙ୍କୁ ରାତିରେ ଛେଳି ବାନ୍ଧି ଦେବାକୁ କହିବାରୁ ବୃଦ୍ଧା ଜଣଙ୍କ ରାଗରେ ଆତ୍ମହତ୍ୟା କରିଛନ୍ତି। ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ମଙ୍ଗଳବାର ପାଟଣାଠାରେ ମୃତଦେହ ବ୍ୟବଚ୍ଛେଦ କରିଛନ୍ତି।

Comments are closed.