୮.୬୪ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ୍‍ ପାଇବା ପରେ ଆତ୍ମହତ୍ୟା କଲେ ପରିବା ବେପାରୀ

0

ଔରଙ୍ଗାବାଦ: ଜଣେ ପରିବା ବେପାରୀଙ୍କ ଦୁଇ ବଖରା ବିଶିଷ୍ଟ ଘରେ ବିଦ୍ୟୁତ ବ୍ୟବହାର ପାଇଁ ମାସିକ ବିଦ୍ୟୁତ୍‍ ବିଲ୍‍ ୮,୬୪,୭୮୧ ଲକ୍ଷ ଟଙ୍କା। ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଏହା ସତ। ବିଲ୍‍ ଦେଖିବା ପରେ ଆତ୍ମହତ୍ୟା କରିଛନ୍ତି ଜଗନ୍ନାଥ ଶେଲ୍‍କେ ନାମକ ଜଣେ ବେପାରୀ। ମହାରାଷ୍ଟ୍ରର ଭରତ ନଗରରେ ଗତ ଗୁରୁବାର ଘଟିଛି ଏହି ଘଟଣା। ତାଙ୍କ ଶବ ନିକଟରୁ ଏକ ସୁସାଇଡାଲ ନୋଟ୍‍ ଜବତ କରାଯାଇଛି। ଅତ୍ୟଧିକ ବିଲ୍‍ ଯୋଗୁଁ ଆତ୍ମହତ୍ୟା କରିଥିବା ସେଥିରେ ଉଲ୍ଲେଖ ଥିବା ପୁଲିସ କହିଛି। ଭୁଲ୍‍ ବିଦ୍ୟୁତ୍‍ ବିଲ୍‍ ଯୋଗୁଁ ଏଭଳି ଅଘଟଣ ଘଟିଥିବା ବେଳେ ମହାରାଷ୍ଟ୍ର ବିଦ୍ୟୁତ ବିତରଣ କମ୍ପାନୀର ଜଣେ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।

Leave A Reply