ଟ୍ରକ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ସୋର : ବାଲେଶ୍ବର ଜିଲା ୧୬ନଂ ଜାତୀୟ ରାଜପଥ ସୋର ଉତ୍ତରେଶ୍ବର ନିକଟରେ ଗୁରୁବାର ପ୍ରାତଃ ଭ୍ରମଣରେ ଯାଇଥିବା ଜଣେ ଯୁବକ ଟ୍ରକ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାତଃ ଭ୍ରମଣରେ ଯାଇଥିବା ଅନ୍ୟ ଲୋକମାନେ ଏହା ଦେଖିବା ପରେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ମିଳିଛି। ତେବେ ଯୁବକର ପରିଚୟ ମିଳିପାରି ନାହିଁ।

Comments are closed.