ଶ୍ୱଶୁର ଘରେ ଜ୍ବାଇଁଙ୍କ ଆତ୍ମହତ୍ୟା!

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ଟିକରପଡ଼ା ଗ୍ରାମରେ ବୁଧବାର ଅପରାହ୍ଣରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ବାରିପଦା ସଦର ଥାନା ଅନ୍ତର୍ଗତ ବାହାଦୁରପୁର ଗ୍ରାମର ଟୁକୁନା ବିନ୍ଧାଣୀ(୩୨) ମାସକ ପୂର୍ବରୁ ନିଜ ଶ୍ୱଶୁର ଘରେ ଆସି ରହୁଥିଲେ। ତାଙ୍କର ତିନି ସନ୍ତାନ ଥିବାବେଳେ ହସଖୁସିରେ ସଂସାର ଚାଲିଥିଲା। ତେବେ ଅପରାହ୍ଣରେ ଶ୍ୱଶୁରଘର ଓରାରେ ଫାଶୀ ଦେଇ ତାଙ୍କର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଖବର ପାଇ ପୁଲିସ ତଦନ୍ତ ପାଇଁ ଘଟଣାସ୍ଥଳକୁ ଯାଇଥିବା ସୂଚନା ମିଳିଛି।

Comments
Loading...