ଅଣଓଡିଆ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗିର: ବଲାଙ୍ଗିର ସହର ଡେମପଡା ନିକଟରେ ଜଣେ ଯୁବକ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ନିଆଁରେ ଶରୀରର ପ୍ରାୟ ୬୦ ପ୍ରତିଶତ ଭାଗ ପୋଡିଯାଇ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ବୁଧବାର ପଶ୍ଚିମବଙ୍ଗର ଇନ୍ଦ୍ରନିଲ ଚାଟାର୍ଜି ବଲାଙ୍ଗିର ଡେମପଡା ନିକଟରେ ନିଜ ଦେହରେ କିରୋସିନୀ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଇନ୍ଦ୍ରନିଲଙ୍କ ଘର ପଶ୍ଚିମବଙ୍ଗ ହୁଗୁଲି ଅଞ୍ଚଳର ହୋଇଥିବା ବେଳେ ସେ ଏହି ଅଞ୍ଚଳକୁ କେମିତି ଆସିଲେ ତାହା ସ୍ପଷ୍ଟ ହୋଇନାହିଁ। ନିଆଁରେ ପୋଡି ଇନ୍ଦ୍ରନିଲ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଇନ୍ଦ୍ରନିଲଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଇନ୍ଦ୍ରନିଲଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଆତ୍ମହତ୍ୟା ଉଦ୍ୟମ କରିବା ପଛର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଘଟଣା ପଛରେ ପ୍ରେମ ସଂପର୍କ ରହିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଏନେଇ ପୁଲିସ ଘଟଣା ବିଷୟରେ ପରିବାର ଲୋକଙ୍କ ଜଣାଇବା ସହ ତଦନ୍ତ ଆରମ୍ଭ କରିଥିବା ଟାଉନ ଥାନା ଅଧିକାରୀ ସଂଗ୍ରାମକେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments are closed.