ବିଧାନସଭା ନିକଟରେ ପୁଣି ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ବିଧାନସଭା ନିକଟରେ ପୁଣି ହୋଇଛି ଆତ୍ମାହୁତି ଉଦ୍ୟମ। ଗୁରୁବାର ଜଣେ ମହିଳା ବିଧାନସଭା ନିକଟ ଜୟଦେବ ଭବନ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦେହରେ ପେଟ୍ରୋଲ ଢାଳିବା ସମୟରେ ପୁଲିସ ମହିଳାଙ୍କୁ କାବୁ କରିଛି। ମହିଳା ଜଣକ ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ଓ ତାଙ୍କ ପୁଅକୁ କମିଶନରେଟ୍‍ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ତେବେ ସେ କାହିଁକି ଏପରି କରୁଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟ ଜଣେ ବ୍ୟକ୍ତି ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ।

Comments are closed.