ପାକ-ଆଫଗାନ ସୀମାରେ ଆତ୍ମଘାତି ବିସ୍ଫୋରଣ; ୩ ମୃତ, ୨୦ ଆହତ

କାବୁଲ: ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଆତ୍ମଘାତୀ ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୨୦ରୁ ଅଧିକ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ ରବିବାର ଦିନ ପାକିସ୍ତାନର ଦକ୍ଷିଣପଶ୍ଚିମକୁ ଅବସ୍ଥିତ କ୍ୱେଟାରେ ଜଣେ ମୋଟରସାଇକେଲ ଆରୋହୀ ନିଜକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ। ସେଥିରେ ଅନ୍ୟୂନ ୩ ଜଣ ଅର୍ଦ୍ଧସାମରିକ ବାହିନୀ ସୁରକ୍ଷା କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଯେ କ୍ୱେଟା ସହର ଆଫଗାନିସ୍ତାନ ସୀମାନ୍ତରେ ଅବସ୍ଥିତ। କ୍ୱେଟାର ମିଲାନ ଘୁଣ୍ଡି ଅଞ୍ଚଳରେ ସୀମାନ୍ତ ସୁରକ୍ଷା ଦାୟିତ୍ୱରେ ଥିବା ଅର୍ଦ୍ଧ ସାମରିକ ବାହିନୀ କର୍ମଚାରୀଙ୍କୁ ଲକ୍ଷ୍ୟକରି ଏହି ଆକ୍ରମଣ କରାଯାଇଥିଲା। ଉକ୍ତ ଅଞ୍ଚଳରେ ହାଜରା ସିଆ ସମୁଦାୟର ବ୍ୟବସାୟୀମାନେ ପନିପରିବାର ପାଇକାରୀ ବ୍ୟବସାୟ କରିଥାନ୍ତି।

ପାକିସ୍ତାନ ପୁଲିସର ଜଣେ ଉପ ମହାନିରୀକ୍ଷକ ପାହ୍ୟାର ଅଧିକାରୀ ଆଜହାର ଆକ୍ରମ କହିଛନ୍ତି, ଏହି ବିସ୍ଫୋରଣରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସାଧାରଣ ନାଗରିକ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ମୋ÷ଳବାଦୀ ସୁନି ଇସଲାମୀୟ ଗୋଷ୍ଠୀ ବରାବର ଉକ୍ତ ଅଞ୍ଚଳରେ ସିଆ ମୁସଲମାନମାନଙ୍କୁ ସେମାନଙ୍କର ଲକ୍ଷ୍ୟ ବନାଇ ଆସୁଛନ୍ତି। ତାହାଛଡା ସୀମାନ୍ତ ରକ୍ଷୀମାନଙ୍କ ଉପରେ ବେଲୁଚିସ୍ତାନର ଆତଙ୍କି ମଧ୍ୟ ଆକ୍ରମଣ କରୁଛନ୍ତି।

Comments are closed.