ଜଲେରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

0

କଟକ: ସାଲେପୁର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଏମ୍. ଡି. ମୁସ୍ତାଫା ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ସେ ପାଇଖାନା ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଜେଲ ପକ୍ଷରୁ କୁହାଯାଇଛି । ଅଭିଯୁକ୍ତ ନାମରେ ଆଉ ଏକ ମାମଲା ଦାଏର କରିଯାଇଛି ।

ସୂଚନାଯୋଗ୍ୟ, ଗତ ୨୧ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ୬ ବର୍ଷ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଏପ୍ରିଲ୍‌ ୨୨ ତାରିଖରେ ମୁଖ୍ୟ ଅଭିଯୁକ୍ତ ଏମ୍. ଡି. ମୁସ୍ତାଫାଙ୍କୁ ପୋଲିସ ଗିରଫ କରିଥିଲା । ପରେ ଏପ୍ରିଲ ୨୯ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବିରେ  ପିଡିତାଙ୍କ ମୃତ୍ୟୁ ଘଟିଥିଲା।

Leave A Reply