ଫାଶୀ ଲଗାଇ ବିଧବାଙ୍କ ଆତ୍ମହତ୍ୟା

ପାଟଣା : ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ମାଧପୁର ଗ୍ରାମର ସ୍ବର୍ଗତ ଝିଲକି ମୁଣ୍ଡାଙ୍କ ପତ୍ନୀ କୁନି ମୁଣ୍ଡା(୩୫) ଗତରାତି ନିଜ ଶୋଇବା ଘରେ ନିଜ ପିନ୍ଧା ଶାଢ଼ିରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଅନ୍ୟ ଏକ ଘରେ ଥିବା ତାଙ୍କ ନଣନ୍ଦ ଡିଆନାଳି ଗ୍ରାମର ଶ୍ରୀମତୀ ମୁଣ୍ଡା ଘଟଣା ଦେଖି କୁନିକୁ ଉଦ୍ଧାର କରିବା ସହ ସକାଳୁ ସକାଳୁ ପ୍ରାଣ ରକ୍ଷା ଉଦ୍ଦେଶ୍ୟରେ ପାଟଣା ଡାକ୍ତରଖାନାକୁ ଆଣିଥିଲେ। ତେବେ କୁନିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କେନ୍ଦୁଝର ଡାକ୍ତରଖାନା ନିଆଯିବାକୁ ବ୍ୟବସ୍ଥା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପାଟଣା ଥାନା ଆରକ୍ଷୀ ଉପ ନିରୀକ୍ଷକ ରଣଜିତ୍ ପଟ୍ଟନାୟକ ଘଟଣାର ତଦନ୍ତ କରିବା ସହ ପାଟଣାରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇଛନ୍ତି।

Comments are closed.