ଫାଶୀ ଲଗାଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ

ଅମୃତସର : ସୀମାନ୍ତବର୍ତ୍ତି ଅଞ୍ଚଳ ଅଜନାଲାର ଝଣ୍ଡେର ଗ୍ରାମରେ ପ୍ରେମୀଯୁଗଳ ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉଭୟ ପ୍ରେମିକ-ପ୍ରେମିକା ଦୂର ସମ୍ପର୍କୀୟ ଥିଲେ। ଗାଁର ୨୪ ବର୍ଷ ବୟସ୍କ ଯୁବକ ଏବଂ ଝିଅର ଛଅ ମାସ ହେବ ପ୍ରେମ ସମ୍ପର୍କ ରହିଥିଲା। ଝିଅଟି ଗତ ୬ ମାସ ଧରି ଘର ଛାଡି ତାର ପ୍ରେମିକ ସହ ଏକ ସମ୍ପର୍କୀୟଙ୍କ ଘରେ ରହୁଥିଲେ। ପୁଅଟି ଦିବ୍ୟାଙ୍ଗ ଥିବା ସୂଚନା ମିଳିଛି। ଉଭୟ ପରସ୍ପରକୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ସେମାନଙ୍କ ପରିବାର ଏନେଇ ରାଜି ନଥିଲେ। ଏହି କାରଣରୁ, ରବିବାର ବିଳମ୍ବିତ ରାତିରେ ଉଭୟ ଏକ ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ।
ସୋମବାର ସକାଳେ ଗ୍ରାମବାସୀମାନେ ଯାଉଥିବା ସମୟରେ ଦୁଇଟି ମୃତଦେହ ଗଛରେ ଝୁଲୁଥିବା ଦେଖି ପୁଲିସ ଥାନାକୁ ସୂଚନା ଦେଇଥିଲେ। ପୁଲିସ ଉଭୟଙ୍କ ଝୁଲୁଥିବା ମୃତଦେହ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ପଠାଇଥିଲା। ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ତଦନ୍ତ କରିବ ବୋଲି ପୁଲିସ କହିଛି।

Comments are closed.