ଘରୋଇ କଳିର କରୁଣ ପରିଣତି : ବିଷ ପିଇ ଜୀବନ ହାରିଲେ ବାପ-ପୁଅ

ଭବାନୀପାଟଣା : ଘରୋଇ କଳିକୁ ନେଇ ବାପ ଓ ପୁଅ ବିଷ ପାନ କରିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉଭୟ ବାପ-ପୁଅଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲ ନେବା ବାଟରେ ଉଭୟେ ମୃତ୍ୟୁ ବରଣ କରିଥିବା ଜଣାପଡିଛି।

ସୂଚନା ଯୋଗ୍ୟ, ମଦନପୁର ରାମପୁର ଥାନା ଅନ୍ତର୍ଗତ ଦୁଟା ଗାଁରେ ଆଜି ମଧ୍ୟାହ୍ନ ଭୋଜନ ବେଳେ ଦୀନବନ୍ଧୁ ଦାସଙ୍କ ପୁଅ ହନୁମାନ ଦାସ ଡାଲି ପାଇଁ ଘରେ ଝଗଡ଼ା କରିଥିଲେ। ପରେ ରାଗି ଯାଇ ବାପା କିଛି କହିବା ଆଗରୁ ନିଜେ ବିଷ ପାନ କରି ଦେଇଥିଲେ। ଏହାଦେଖି ବାପା ଦୀନବନ୍ଧୁ ବି ସେଇ ବିଷରୁ ଅଧା ପିଇ ଦେଇଥିଲେ । ସଙ୍ଗେସଙ୍ଗେ ମେଡିକାଲ ନେବା ବାଟରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଭବାନୀପାଟଣା ମେଡିକାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି ।

Comments are closed.