କୀଟନାଶକ ପିଇ ଆତ୍ମହତ୍ୟା

ବଡ଼ସାହି : ଜାରକାଣୀ ପଞ୍ଚାୟତ ଇଟାମୁଣ୍ଡିଆ ଗ୍ରାମର ଜଣେ ବ୍ୟକ୍ତି ଗତ ରାତିରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଲେ ଧର୍ନୁଜୟ ସାହୁ(୫୫)। ଅସୁସ୍ଥ ହେବା ପରେ ପରିବାର ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ଡ଼ାକ୍ତରଖାନା ନେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରାତି ୧୧ଟାରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ଡ଼ାକ୍ତରଖାନା ପକ୍ଷରୁ ଖବର ପାଇ ବଡ଼ସାହି ପୁଲିସ ତଦନ୍ତ ପୂର୍ବକ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ବ୍ୟବଛେଦ ଶରୀର ହସ୍ତାନ୍ତର କରିଛି। ଆତ୍ମହତ୍ୟାର କାରଣ ଜଣାପଡ଼ି ନଥିଲେ ହେଁ ଧର୍ନୁଜୟ ମାନସିକ ଭାରସ୍ୟାମ ହରାଇ ଏପରି କରିଥିବା ଆଲୋଚନା ହେଉଛି। ତାଙ୍କର ଜଣେ ବିବାହିତା ଝିଅ କର୍କଟ ରୋଗୀ ହୋଇଥିବା ବେଳେ ସେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।

Comments are closed.