ମେଡିକାଲ ଛାତରୁ ଡେଇଁ ଯୁବକ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ୬ ମହଲା ଛାତରୁ ଡେଇଁ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ଗନ୍ଦିଆ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମର ଟୁନା ବେହେରା ବୋଲି ଜଣାପଡିଛି। ତାଙ୍କୁ ଗୁରୁବାର ଦିନ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେ ଡେଇଁ ଥିବା ଛାତର ଝରକା ନିକଟରୁ ରକ୍ତ ଲାଗିଥିବା ବ୍ଲେଡ ପଡିଥିବାର ଦେଖିବାକୁ ମିଳିଛି। ସେଥିପାଇଁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.